ବିଦେଶରେ ଥାଇ ଦେଶ ପାଇଁ ସହାୟତାର ହାତ ବଢାଇଲେ ସେଫ୍ ବିକାସ ଖନ୍ନା, ପଠାଇଲେ ଅକ୍ସିଜେନ୍ ଓ ପିପିଇ କିଟ୍

Published By : Prameya-News7 Bureau | May 07, 2021 IST

ମୁମ୍ବାଇ ୭।୫: କୋଭିଡ୍ ବିରୋଧୀ ଲଢେଇରେ ପ୍ରସିଦ୍ଧ ଷ୍ଟାର ସେଫ୍ ବିକାସ ଖନ୍ନା ସହଯୋଗର ହାତ ବଢାଇଛନ୍ତି । ୟୁଏଏସରେ ଥାଇ ବିକାସ ଖନ୍ନା କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଏ ସଂପର୍କରେ ବିକାସ ଖନ୍ନା ଟ୍ବିଟ୍ କରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦେଶରେ ଅକ୍ସିଜେନ୍ ସଙ୍କଟ ଦେଖାଦେଇଛି । ଦେଶର ଏଭଳି ସଙ୍କଟ ଦେଖି ସେ କିଛି ଜରୁରୀ ସାମଗ୍ରୀ ପଠାଇବା ଲାଗି ପ୍ରସ୍ତୁତି ଜାରି ରଖିଛନ୍ତି । ଏହି ସଙ୍କଟ ସମୟରେ ସେ ଦେଶବାସୀଙ୍କୁ ସାହାଯ୍ୟ କରିବା ପାଇଁ ଅକ୍ସିଜେନ୍ କନସେନଟ୍ରେଟର ଏବଂ ପିପିଇ କିଟ୍ ପଠାଉଛନ୍ତି ।

ସେ ଟ୍ବିଟ୍ ରେ ଲେଖିଛନ୍ତି, ‘ଆମେ ପାଖାପାଖି ୪ କୋଟି ଟଙ୍କାର ସହାୟତା ଦେଉଛୁ । ପ୍ରଥମ ଦଫାରେ ଆବଶ୍ୟକୀୟ ସାମଗ୍ରୀ  ଭାରତରେ ପହଞ୍ଚି ସାରିଛି ।’

wp:html /wp:html

ରିପୋର୍ଟ ଅନୁସାରେ ବିକାସ ଭାରତକୁ ପ୍ରାୟ ୧୦,୦୦୦ ଅକ୍ସିଜେନ୍ କନସେନଟ୍ରେଟର ଏବଂ ୫୦,୦୦୦ ପିପିଇ କିଟ୍ ପଠାଇବା କାମରେ ଲାଗିଥିଲେ । ବିକାସଙ୍କ ଏହି ଟ୍ବିଟ୍ ଭାଇରାଲ୍ ହୋଇସାରିଛି । ବିକାସଙ୍କ ଫ୍ୟାନ୍ ଏବେ ଏଭଳି ମହତ କାମ ପାଇଁ ତାଙ୍କୁ ପ୍ରଶଂସା କରି ଟ୍ବିଟ୍ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ବିକାସ ଖନ୍ନା ଫିଡ୍ ଇଣ୍ଡିଆ ମାଧ୍ୟମରେ ୩.୫ କୋଟି ମିଲ୍ ବାଣ୍ଟିଥିଲେ । ଏହା ବ୍ୟତୀତ ସେ ୨୦ ଲକ୍ଷ ମାସ୍କ ଏବଂ ଅନ୍ୟାନ୍ୟ ଜିନିଷ ଭାରତକୁ ଦେଇ ସାହାଯ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.