ସାଲେପୁରରେ ବୁଲୁଛି ଚିତାବାଘ : ଖବର ପରେ ବି ପହଞ୍ଚିନି ବନବିଭାଗ, ଲୋକେ ଆତଙ୍କିତ

Published By : Prameya-News7 Bureau | May 08, 2021 IST

ସାଲେପୁର ୮/୫ : ସାଲେପୁର ବ୍ଲକ କଟକ ଚାନ୍ଦବାଲି ରାସ୍ତା ନାନ୍ଦୋଳରେ ଚିତା ବାଘ । ନାନ୍ଦୋଳ ଗଡା ନିକଟରେ ଆଜି ମଧ୍ୟାହ୍ନ ସମୟରେ ବଣ ବୁଦାମୁଳେ ଚିତା ବାଘ ବୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ବାଘଟି ଏଣେତେଣେ ବୁଲୁଥିବା ବେଳେ ଲୋକ ମାନେ ତା ଉପରେ ନଜର ରଖିବା ସହ ବନ ବିଭାଗକୁ ଖବର ଦେଇଛନ୍ତି । ବର୍ତମାନ ସୁଦ୍ଧା ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସେପଟେ ସାଲେପୁର ଅଞ୍ଚଳରେ ଚିତା ବାଘ ଦେଖା ଦେବା ପ୍ରଥମ ଘଟଣା ହୋଇଥିବାରୁ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.