ହାଇ ଆଲର୍ଟ ପାଇଁ ଭୁବନେଶ୍ବରରେ କଡ଼ା ସୁରକ୍ଷା : ୨୪ଘଣ୍ଟିଆ ଚେକିଂ, ବ୍ଲକିଂ ଓ ପାଟ୍ରୋଲିଂ

Published By : Prameya-News7 Bureau | August 07, 2019 IST

ଭୁବନେଶ୍ବର ୭/୮: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ରାଜ୍ୟକୁ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।  ଏୟାରପୋର୍ଟ, ରେଲଓ୍ବେ ଷ୍ଟେସନ, ବସ୍‌ଷ୍ଟପ୍‌ ଆଦି ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।….

{"id":141947}

ଗୋଟେ ପଟେ ଜମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସବୁ ରାଜ୍ୟକୁ ହାଇ ଆଲର୍ଟ ଜାରି କରିଛି କେନ୍ଦ୍ର ଗୃହ ବିଭାଗ । ଅନ୍ୟ ପଟେ ସ୍ବାଧୀନତା ଦିବସ ସମାରୋହକୁ ଆଉ ମାତ୍ର କିଛି ଦିନ ଅପେକ୍ଷା । ଏଭଳି ପରିସ୍ଥିତିରେ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେଇଛି କମିଶନରେଟ୍‌ ପୋଲିସ । ୨୪ଘଣ୍ଟା ଚେକିଂ, ବ୍ଲକିଂ ସହ ଚାଲିଛି ପାଟ୍ରୋଲିଂ । ଏୟାରପୋର୍ଟ, ରେଲଓ୍ବେ ଷ୍ଟେସନ, ବସ୍‌ଷ୍ଟପ୍‌ ସବୁଠି ମୁତୟନ ହୋଇଛନ୍ତି ପୋଲିସ କର୍ମୀ । ରାଜଧାନୀରେ ବିଭିନ୍ନ ହୋଟେଲମାନଙ୍କରେ ମଧ୍ୟ ଚେକିଂ ଆରମ୍ଭ ହୋଇଯାଇଛି ।

{"id":141948}

ଗଲା କିଛି ଦିନ ହେଲା ରାଜଧାନୀରେ ଲୁଟେରାଙ୍କ ଉତ୍ପାତ ଓ ପରେ ପୋଲିସର କାଉଣ୍ଟର ଷ୍ଟ୍ରାଟେଜିରେ ୫ ପାଞ୍ଚ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟକୁ ଦେଖିଲେ କେଉଁଠି ନା କେଉଁଠି ବଢ଼ୁଥିବା ଅପରାଧ ଉପରେ ଲଗାମ ଲଗାଇବାକୁ କମିଶନରେଟ୍‌ ପୋଲିସର ଉଦ୍ୟମ ସାମ୍ନାକୁ ଆସୁଛି । ତଥାପି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିଶନରେଟ୍‌ ପୋଲିସ ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାର ଆବଶ୍ୟକତାକୁ ଅନୁଭବ କରୁଛନ୍ତି ପୂର୍ବତନ ପୋଲିସ ଡିଜି । ଗୃହ ବିଭାଗର ଆଲର୍ଟ ପରେ ରାଜଧାନୀର ସୁରକ୍ଷା ପୋଲିସ ପାଇଁ ମୁଖ୍ୟ ଚାଲେଂଜ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.