Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲକାନଗିରି ସୀମାନ୍ତରେ ଯାଞ୍ଚ୍ କଡାକଡି, ଆରଟିପିସିଆର ନେଗେଟିଭ୍ ରିପୋର୍ଟ ନଥିଲେ ପ୍ରବାସୀଙ୍କୁ କରାଯାଉଛି କ୍ୱାରେଣ୍ଟାଇନ୍

24/04/2021 at 7:30 AM

ମାଲକାନଗିରି,୨୪/୦୪:  ମାଲକାନଗିରି ସୀମାନ୍ତ ମୋଟୁ ଓ ଚାଲାଣଗୁଡ଼ାକୁ ସିଲ୍‌ କରି ଆନ୍ଧ୍ର ଫେରନ୍ତା ପ୍ରବାସୀଙ୍କୁ କରାଯାଉଛି ଯାଞ୍ଚ୍ । ଯେଉଁମାନଙ୍କ ପାଖରେ ଦୁଇ ଡୋଜ୍‌ ଟିକା ରିପୋର୍ଟ କିମ୍ବା ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ନାହିଁ ସେମାନଙ୍କ ଟେଷ୍ଟ କରାଯିବା ସହ ଲକ୍ଷଣ ଥିବା ଲୋକଙ୍କୁ କ୍ବାରାଣ୍ଟାଇନ୍‌ରେ ରଖିବାକୁ ବ୍ୟବସ୍ଥା ହୋଇଛି ।

କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଆକ୍ସନକୁ ଆସିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାର ସୀମା ସିଲ୍ କରିବା ସହ ଆନ୍ଧ୍ର ଫେରନ୍ତା ପ୍ରବାସୀଙ୍କ ଯାଞ୍ଚ୍ କରାଯାଉଛି । ଯେଉଁମାନଙ୍କ ଦୁଇ ଡୋଜ୍‌ ଟିକା ରିପୋର୍ଟ କିମ୍ବା ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ନାହିଁ ସେମାନଙ୍କ ଟେଷ୍ଟ କରାଯିବା ସହ ଲକ୍ଷଣ ଥିବା ଲୋକଙ୍କୁ କ୍ବାରାଣ୍ଟାଇନ୍‌ରେ ରଖିବାକୁ ବ୍ୟବସ୍ଥା ହୋଇଛି । ମୋଟୁ ସୀମାରେ ଚେକ୍‌ପୋଷ୍ଟ କରାଯାଇ ତନ୍ନତନ୍ନ କରି ପ୍ରବାସୀଙ୍କ ଯାଞ୍ଚ୍ ହେଉଛି ।

ଗତ କିଛି ଦିନ ଧରି ଏହି ରାସ୍ତା ଦେଇ ଶହ ଶହ ପ୍ରବାସୀ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି । ୨୧ ଏପ୍ରିଲ ସୁଦ୍ଧା ମାଲକାନଗିରି ମୋଟୁ ବର୍ଡ଼ର ଚେକ୍‌ ପଏଣ୍ଟ ଦେଇ ୩ହଜାର ୭୭୩ ପ୍ରବାସୀ ଆସିଛନ୍ତି । ସେଥି ମଧ୍ୟରୁ ୨ହଜାର ୮୪୨ ଜଣ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ୯୩୧ଜଣ ଅନ୍ୟ ଜିଲ୍ଲାର ଅଛନ୍ତି । ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ହୋମ ଆଇସୋଲେସନ କିମ୍ବା ଟିଏମସିରେ ରଖିବାକୁ ବ୍ୟବସ୍ଥା ହୋଇଛି । ପଜିଟିଭ ରିପୋର୍ଟ ଆସୁଥିବା ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଉଛି ।

   Related Posts