୭କୋଟିରୁ ଅଧିକ ଚାଷୀଙ୍କର ଅଟକିରହିଛି ଟଙ୍କା, ଯଦି ଆପଣଙ୍କ ଆକାଉଣ୍ଟକୁ ବି ଆସିନି, ତେବେ କରନ୍ତୁ ଏହି କାମ

Published By : Prameya-News7 Bureau | May 17, 2021 IST

ନୂଆଦିଲ୍ଲୀ ୧୭।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ୯.୫କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ପିଏମ କିସାନ ସମ୍ମାନ ନିଧିର ୮ମ କିସ୍ତିର ୨୦୦୦ ଟଙ୍କା ପଠାଯାଇଛି । ମାତ୍ର ଏବେ ବି ପ୍ରାୟ ୭ କୋଟି ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଯାଇନାହିଁ । ପିଏମ କିସାନ ସ୍କିମ୍ ସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ୭ମ କିସ୍ତି ପର୍ଯ୍ୟନ୍ତ ୩.୨୯ କୋଟି ଲୋକଙ୍କ ପେମେଣ୍ଟ ଏବେ ଝୁଲିରହିଛି । ଏହାସହ ୩.୮୯ କୋଟିର ପେମେଣ୍ଟ ଦେୟ ବିଫଳ ହୋଇଛି, ଫଳରେ ଏହି ଲୋକଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିନାହିଁ । ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ଯାଇନାହିଁ, ତେବେ ଆପଣ ତୁରନ୍ତ ଯାଞ୍ଚ କରିନିଅନ୍ତୁ ଯେ ଟଙ୍କା ଯିବ କି ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ହିତାଧିକାରୀଙ୍କ ଡକ୍ୟୁମେଣ୍ଟ ସମାପ୍ତ ନହେବା କିମ୍ବା ଆଧାର, ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଭୁଲ୍ ହେବା ଯୋଗୁଁ ଏହି ଲୋକଙ୍କ ଟଙ୍କା ଅଟକି ରହିଛି । ଯଦି ଏପରି କିଛି ଅଛି ତେବେ ଏହାକୁ ଶୀଘ୍ର ସଂଶୋଧନ କରିନିଅନ୍ତୁ ନଚେତ୍ ଆଗାମୀ କିସ୍ତି ଟଙ୍କା ଆପଣଙ୍କ ଆକାଉଣ୍ଟରେ ଆସିବ ନାହିଁ ।

ଏହିପରି ଯାଞ୍ଚ କରନ୍ତୁ ଆପଣଙ୍କର ଟଙ୍କା ସ୍ଥିତି-

୧. ପ୍ରଥମେ ପିଏମ୍ କିସାନର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଯାଆନ୍ତୁ ।

୨. ଏଠାରେ ଆପଣକୁ ଡାହାଣ ପାର୍ଶ୍ବରେ FarmersCornerର ବିକଳ୍ପ ମିଳିବ ।

୩. ଏଠାରେ Beneficiary Status ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଏବେ ନୂଆ ପେଜ୍ ଖୋଲିବ ।

୪. ନୂଆ ପେଜ୍ ରେ ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଅଥବା ମୋବାଇଲ ନମ୍ବରରୁ ଗୋଟିଏ ବିକଳ୍ପ ବାଛନ୍ତୁ ।

୫. ଆପଣ ଯେଉଁ ବିକଳ୍ପ ବାଛିଛନ୍ତି ତାର ନମ୍ବର ଦିଅନ୍ତୁ । ଏହାପରେ, Get Data ଉପରେ କ୍ଲିକ୍ କରନ୍ତୁ ।

୬. ଏଠାରେ କ୍ଲିକ୍ କରିବା ପରେ, ଆପଣକୁ ସମସ୍ତ ଟ୍ରାଞ୍ଜାକ୍ସନ ବିଷୟରେ ସୂଚନା ପାଇପାରିବେ । ଅର୍ଥାତ୍ କେଉଁ କିସ୍ତି କେତେବେଳେ ଆପଣଙ୍କ ଆକାଉଣ୍ଟକୁ ଆସିଲା ଏବଂ କେଉଁ ବ୍ୟାଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେଲା ।

୭. ଆପଣଙ୍କ ପିଏମ୍ କିସାନର ୮ମ କିସ୍ତି ସମ୍ବନ୍ଧୀୟ ସୂଚନା ମଧ୍ୟ ଏଠାରେ ପାଇପାରିବେ ।

ଏହି ଲୋକଙ୍କ କିସ୍ତି ଶୀଘ୍ର ଟ୍ରାନ୍ସଫର ହେବ-

ଏହା ବ୍ୟତୀତ, ଆପଣଙ୍କୁ କହିରଖୁଛୁ ଯେ ଯଦି FTO is generated and Payment confirmation is pending ଲେଖା ହୋଇଥିବା ଦେଖାଯିବ । ଏହାର ଅର୍ଥ ହେଉଛି ଟଙ୍କା ଟ୍ରାନ୍ସଫରର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ କିସ୍ତି କିଛି ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହେବ । ତେଣୁ ଏହି ଲୋକମାନଙ୍କୁ ଚିନ୍ତିତ ହେବାକୁ ପଡିବ ନାହିଁ ।

ମନ୍ତ୍ରଣାଳୟ ସହ ଏଭଳି କରନ୍ତୁ ଯୋଗାଯୋଗ-

>> ପିଏମ୍ କିସାନ୍ ଟୋଲ୍ ଫ୍ରି ନମ୍ବର ୧୮୦୦୧୧୫୫୨୬୬ ।

>> ପିଏମ୍ କିସାନ୍ ହେଲ୍ପଲାଇନ୍ ନମ୍ବର ୧୫୫୨୬୧ ।

>> ପିଏମ୍ କିସାନ୍ ଲ୍ୟାଣ୍ଡଲାଇନ୍ ନମ୍ବର ୦୧୧-୨୩୩୮୧୦୯୨, ୨୩୩୮୨୪୦୧

>> ପିଏମ୍ କିସାନ୍ ର ନୂଆ ହେଲ୍ପଲାଇନ୍ ନମ୍ବର ୦୧୧-୨୪୩୦୦୬୦୬

>> ପିଏମ୍ କିସାନର ଆଉ ଏକ ହେଲ୍ପଲାଇନ୍ ନମ୍ବର ୦୧୨୦-୬୦୨୫୧୦୯

>> ଇମେଲ୍ ଆଇଡି [email protected]

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.