ଲଗାଣ ବର୍ଷାରେ ଭାସିଗଲା ଚେକ୍‌ ଡ୍ୟାମ୍‌, ପାଣିରେ ପଡିଲା ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | September 16, 2021 IST

ତେଲକୋଇ ୧୬।୦୯: ଲଗାଣ ବର୍ଷାରେ ଭାସିଗଲା ଚେକ୍‌ ଡ୍ୟାମ୍‌ । ନିମ୍ନମାନର କାମ ଯୋଗୁଁ ଲଗାଣ ବର୍ଷାରେ ଭାସିଗଲା ଚେକ୍‌ ଡ୍ୟାମ୍‌ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ଗାଁ  ଗୋଡଭଙ୍ଗା ନାଳ ଉପରେ ନିର୍ମାଣ ହୋଇଥିଲା ଏହି ଡ୍ୟାମ୍‌ ।  

ଖବର ଅନୁଯାୟୀ, ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କ୍ଷୁଦ୍ର ଚାଷୀଙ୍କ ଜମିକୁ ଜଳସଚେନର ସୁବିଧା ପାଇଁ ନିର୍ମାଣ ହୋଇଥିଲା ଚେକ୍‌ଡ୍ୟାମ୍‌ । କିନ୍ତୁ  ନିମ୍ନମାନର କାମ ଯୋଗୁଁ ଏହା ଭୂଷୁଡି ପଡିଥିବା ଜଣାପଡିଛି। ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାମ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏହି ଚେକ୍‌ ଡ୍ୟାମ୍‌ ଉପରେ ଗାଁର ଅନେକ ଚାଷୀ ନିର୍ଭର କରି ଚାଷକାମ କରିଥିଲେ ।କିନ୍ତୁ ଏବେ ଚେକ୍‌ ଡ୍ୟାମ୍‌  ଭୂଷୁଡି ଯିବା ଫଳରେ ଚାଷକାମ ବାଧାପ୍ରାପ୍ତ ହେବା  ନେଇ ଆଶଙ୍କା ଦେଖାଦେଇଛି । ଯଥାଶୀଘ୍ର ଚାଷୀଙ୍କ ଜମିକୁ ପାଣି ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.