Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ଭାଙ୍ଗି ଗଲା ଆଡିବନ୍ଧ, ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ; ଚାଷୀ ମୁଣ୍ଡରେ ଚଡକ

2/02/2019 at 4:40 PM

ଟିଟିଲାଗଡ ୨|୨: ଭାଙ୍ଗି ଗଲା ଆଡିବନ୍ଧ । ହଜାର ହଜାର ହେକ୍ଟର ଚାଷ ଜମିରେ ମାଡିଗଲା ନଦୀ ପାଣି । ବଲାଙ୍ଗୀର ଟିଟିଲାଗଡର ଚାଷୀ ମୁଣ୍ଡରେ ପଡିଛି ଚଡକ । କୋଟି କୋଟି ଟଙ୍କାର ଆଡିବନ୍ଧ କାମରେ ବାରି ହୋଇଛି ଦୁର୍ନୀତିର ଗନ୍ଧ । ପ୍ରଶାଶନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଥିବା ବେଳେ ଉପଜିଲ୍ଲାପାଳଙ୍କ ପାଖରେ ଖବର ନାହିଁ ।

ଭାଙ୍ଗି ଯାଇଛି ବନ୍ଧା ଯାଇଥିବା ଆଡିବନ୍ଧ । ହେକ୍ଟର ହେକ୍ଟର ଚାଷ ଜମିକୁ ମାଡି ଯାଇଛି ନଦୀ ପାଣି । ଚାଷ ଜମିରେ ବାଲି ଚରିଯାଇଛି । ନଷ୍ଟ ହୋଇ ଯାଇଛି ଅମଳକ୍ଷମ ଫସଲ । ଆପଣ ଦେଖୁଥିବା ଏହି ଦୃଶ୍ୟ ହେଉଛି, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବେଲଗାଁର । ବେଲଗାଁ ଦେଇଯାଇଛି ତେଲ ନଦୀ । ନଦୀ ପାଖରେ ରହିଛି ହଜାର ହଜାର ହେକ୍ଟର ଚାଷଜମି ।

ପ୍ରତିବର୍ଷ ବର୍ଷା ଆସିଲେ ବଢି ପାଣି ଖେତକୁ ପସିବା ସହ ମାଡିଯାଇଥାଏ ବାଲି । ଚଳିତ ବର୍ଷ ମଧ୍ୟ ସେଭଳି ପରିସ୍ଥିତି ହୋଇଥିଲା । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ କରି ଆଡିବନ୍ଧ କାମ ହୋଇଥିଲା । ପ୍ରଶ୍ନ ଉଠୁଛି ଆଡିବନ୍ଧ ଭାଙ୍ଗିଲା କିପରି ? ନିମ୍ନମାନର କାମ ହୋଇଥିଲା କି ? ନା ହାଲକାପୁଲକା କାମ କରି କାମ ସାରି ଦେଇଥିଲେ ଠିକାଦାର । ନା ସରକାରି ବାବୁ ଓ ଠିକାଦାରଙ୍କ ମିଲିଭଗତରେ ଚାଲିଥିଲା ନିମ୍ନମାନର କାମ ।

୧୦ କୋଟି ୪ ଲକ୍ଷ ୯ ହଜାର ୯୩୮ ଟଙ୍କା ବ୍ୟୟରେ ହୋଇଥିବା ଆଡିବନ୍ଧ କାମ । ନିମ୍ନମାନର କାମ ହୋଇଥିବାରୁ ନଇ ବଢିରେ ଧୋଇଯାଇଛି ଆଡିବନ୍ଧ । ମେଟାଲ ଓ ପଥର ଦେଇ ଆଡିବନ୍ଧ ତିଆରି କରିବା ବଦଳରେ ଏଠି ନାଲିମାଟି ଓ ବାଲିରେ ହୋଇଛି ଆଡିବନ୍ଧ ତିଆରି । ଯାହା ଏବେ  ଚାଷୀଙ୍କ ପାଇଁ କାଳ ହୋଇଛି  । ସେପଟେ ଉପଜିଲ୍ଲାପାଳ କହିଛନ୍ତି, କଣ କାମ ହୋଇଛି ତଦନ୍ତ ପରେ ଜଣାପଡିବ । ଏ ଘଟଣାକୁ ୭ ମାସରୁ ଅଧିକ ବିତିଲାଣି । ହେଲେ ନାଁ ଠିକାଦାରଙ୍କ ଉପରେ କଟକଣା ଲାଗିଛି ନାଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ।

ଚାଷ ଜମିକୁ ପାଣି ମାଡିବ । କ୍ଷେତରେ ଫଳିବ ସୁନାର ଫସଲ । ଏଥିପାଇଁ ସରକାରୀ ଯୋଜନାର ରହିଛି ଲମ୍ବା ଲିଷ୍ଟ । ଚାଷୀଙ୍କ ଉନ୍ନତି ପାଇଁ ପାଣି ପରି ଟଙ୍କା ବି ଖର୍ଚ୍ଚ ହେଉଛି । ହେଲେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଆଡିବନ୍ଧ ଭାଙ୍ଗି ଧୋଇ ଯାଇଛି ଫସଲ । ଏଥିପାଇଁ ଦାୟୀ କିଏ, ଏହା ଏବେ ପ୍ରଶ୍ନବାଚୀ ।

   Related Posts