Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପ୍ରେମରୁ ପ୍ରତାରଣା… ନାବାଳିକା ପ୍ରେମିକାଙ୍କୁ ଅପହରଣ ପରେ ବାରମ୍ବାର ଦୁଷ୍କର୍ମ ! ଥାନାର ଦ୍ବାରସ୍ଥ ହେଲେ ପୀଡିତା

13/10/2020 at 12:18 PM

ସାନଖେମୁଣ୍ଡି ୧୩।୧୦: ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରିରୀକ ସଂପର୍କ । ପରେ ଅପହରଣ କରି ନେଇ ସ୍ତ୍ରୀର ପରିଚୟ ଦେଇ ରଖିଲେ । ପରେ ନାବାଳିକାଙ୍କୁ ଛାଡି ଯୁବକ ଜଣଙ୍କ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ନାବାଳିକାଙ୍କୁ ଆସିକା ଅଞ୍ଚଳର ଏକ କୁକୁଡା ଫାର୍ମରେ କାମ କରୁଥିବା ସେହି ଗାଁର ଜଣେ ସବର୍ଣ୍ଣ ଜାତିର ଯୁବକ ପ୍ରେମ କରୁଥିଲେ । ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । କୌଶଳ କ୍ରମେ ନାବାଳିକାଙ୍କୁ ଅପହରଣ କରିବା ସହ ଅନ୍ୟ ଏକ ଗାଁରେ ଏକ ଭଡାଘରେ ରଖିଥିଲେ । ତାଙ୍କୁ ସ୍ତ୍ରୀର ପରିଚୟ ଦେଇ ଯୁବକ ଜଣଙ୍କ ସେଠାରେ ତାଙ୍କୁ ରଖିଥିଲେ । କିଛି ମାସ ଉଭୟେ ସ୍ଵାମୀ-ସ୍ତ୍ରୀ ଭଳି ରହିବା ପରେ ନାବାଳିକାଙ୍କୁ ଯୁବକ ଜଣଙ୍କ ଧୋକ୍କା ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ ଥାନା ମାମଲା ନଂ. ୨୩୩/୨୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି ।

ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣଙ୍କ ଗତ ମାର୍ଚ୍ଚ ୨୨ ତାରିଖରେ ତାଙ୍କ ଗାଁରୁ ଅପହରଣ କରି ଆଣିବା ପରେ ୩ ମାସ ଭଡା ଘରେ ରଖିଥିଲେ । ସେଠାରେ ଜୋରଜବରଦସ୍ତ ଦୁଷ୍କର୍ମ କରି ଆସୁଥିଲେ । ଗତ ୩ମାସ ପୂର୍ବରୁ ସେ ତାଙ୍କୁ ଭଡ଼ାଘରେ ଏକୁଟିଆ ଛାଡ଼ି ଫେରାର ହୋଇଯାଇଥିଲେ । ନାବାଳିକା ଜଣଙ୍କ ଏନେଇ ଯୁବକଙ୍କୁ ଫୋନ୍ କରିବାରୁ ତାଙ୍କୁ ଓ ତାଙ୍କ ବାପା-ମା’ଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଏତଲାରେ ଉଲ୍ଲେଖ ଥିବା ପୋଲିସ କହିଛି । 

   Related Posts