Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଓଡିଶାର ଏହିସବୁ ସହରରୁ ସୁନା କିଣୁଥିଲେ ହୋଇଯାଆନ୍ତୁ ସତର୍କ, ଠକୁଥାଇ ପାରନ୍ତି ଦୋକାନୀ

20/11/2019 at 6:27 PM

ଭୁବନେଶ୍ବର୨୦|୧୧: ସୁନା ବେପାରୀରେ ଠକାମି। ଓଜନ ଓ ଗୁଣବତ୍ତା ନାରେ ଗ୍ରାହକଙ୍କୁ ଠକୁଛନ୍ତି ସୁନା ବ୍ୟବସାୟୀ । ଏକଥା ମନ୍ତ୍ରୀ ବିଧାନସଭାରେ ସ୍ବୀକାର ବି କରିଛନ୍ତି। ରାଜ୍ୟରେ ଧରପଗଡ଼ବେଳେ ଏହା ଜଣାପଡ଼ିଛି ବୋଲି ମନ୍ତ୍ରୀ ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି। ହେଲେ ମନ୍ତ୍ରୀଙ୍କ ଉତ୍ତରରେ କିନ୍ତୁ ବିରୋଧୀ ସନ୍ତୁଷ୍ଟ ହୋଇନଥିଲେ। କେବଳ ଛୋଟ ଛୋଟ ବେପାରୀଙ୍କୁ ଧରି ବଡ଼ ବ୍ୟବସାୟୀଙ୍କୁ କାହିଁକି ଯାଞ୍ଚ ହୋଇନି ବୋଲି ପ୍ରଶ୍ନ ଉଠାଇଥିଲେ। ଘଟଣାର ଗୁରୁତ୍ବକୁ ଦେଖି ବାଚସ୍ପତି ବି ରୁଲିଙ୍ଗ୍‌ ଦେଇଛନ୍ତି ଭୁବନେଶ୍ବର ଓ ବ୍ରହ୍ମପୁରରେ ସୁନା ବେପାରୀଙ୍କ ଉପରେ ଚଢାଉ ହେଉ। ଯେଉଁ ଅଧିକାରୀ ମାନେ ଚଢାଉ କରୁ ନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର। …

ବାହାଘର କିମ୍ବା ଅନ୍ୟ କୌଣସି କାମ ପାଇଁ ସୁନା କିଣୁଛନ୍ତି କି ?  ନିଜେ ପିନ୍ଧିବା ପାଇଁ ଜୁଏଲେରୀ କିଣୁଛନ୍ତି କି ? ଯଦି କିଣୁଛନ୍ତି ତେବେ ସୁନାର ମାନ ଏବଂ ଓଜନକୁ ନେଇ ସତର୍କ ହୋଇଯାଆନ୍ତୁ ।କାରଣ ଆପଣ  ଏଥିପାଇଁ  ଦେଉଥିବା ଟଙ୍କାର ହୁଏତ ମୂଲ୍ୟ ପାଉନାହାନ୍ତି ।ବଡ଼ ହେଉ କି ଛୋଟ ହେଉ ଜୁଏଲେରୀ ଦୋକାନୀ ହୁଏତ ଆପଣଙ୍କୁ ଠକି ଦେଉଛନ୍ତି ।ଏକଥା ଆଜି ବିଧାନସଭାରେ ନିଜେ ସ୍ବୀକାର କରିଛନ୍ତି ରାଜ୍ୟ ସରକାର ।

ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି ଯେ ସୁନା ଠକାମୀ ଯୋଗୁଁ ରାଜ୍ୟର ୨୦ଟି ଦୋକାନ ଉପରେ ଚଢାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେମାନଙ୍କ ଠାରୁ ଜରିମାନା ଆଦାୟ ହୋଇଛି। ହେଲେ ମନ୍ତ୍ରୀଙ୍କ ଉତ୍ତରରେ କିନ୍ତୁ ସନ୍ତୁଷ୍ଟ ନଥିଲେ ବିରୋଧୀ । ଗ୍ରାହକ ଅନେକ ସମୟରେ ବଡ଼ବଡ଼ ଦୋକାନରେ ବି ଠକାମିର ଶୀକାର ହୁଅନ୍ତି। ତେଣୁ ବିରୋଧୀ ସିଧା ସିଧା ପ୍ରଶ୍ନ କରିଥିଲେ ସରକାର କେବଳ ଛୋଟ ଛୋଟ ବ୍ୟବସାୟୀଙ୍କୁ ଧରି ବଡ଼ବଡ଼ିଆଙ୍କୁ ଛାଡି ଦେଉଛନ୍ତି। ଭୁବନେଶ୍ବରରେ ଗୋଟିଏ ବି ସୁନା ଦୋକାନ ଉପରେ ଚଢାଉ ହୋଇନି କାହିଁକି ବୋଲି ପ୍ରଶ୍ନ ଉଠିଥିଲା।

ସେପଟେ ଘଟଣାର ଗୁରୁତ୍ବକୁ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି ଯେ ବ୍ରହ୍ମପୁର ଓ ଭୁବନେଶ୍ବରରେ ସୁନା ବ୍ୟବସାୟ ଠକାମିର ଯାଞ୍ଚ ହେଉ। ଯେଉଁ ଇନସ୍ପେକ୍ଟର ମାନେ ବ୍ରହ୍ମପୁର ଓ ଭୁବନେଶ୍ବରରେ ସୁନା ଦୋକାନରେ ଚଢାଉ କି ଯାଞ୍ଚ କରିନାହାନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରନ୍ତୁ ସରକାର। …

ସୁନା ବ୍ୟବସାୟରେ ଅନେକ ସମୟରେ ବଡ ବଡ ବ୍ୟବସାୟୀ ମାନେ ଠକେଇ କରୁଥିବା ଅଭିଯୋଗ ଆସେ। ବ୍ୟବସାୟୀମାନେ ନନ୍‌ ହଲମାର୍କ ଗହଣା ବିକି ଗ୍ରାହକଙ୍କୁ ଠକିଛନ୍ତି । ୨୦୦୮ରୁ କେବଳ ହଲ୍‌ମାର୍କ ଗହଣା ବିକିବାକୁ ସରକାର ନିୟମ ଲାଗୁ କରିଛନ୍ତି। ୯୦ ପ୍ରତିଶତ ଗହଣା ଦୋକାନୀ ହଲମାର୍କରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ନିୟମ ମାନୁ ନାହାନ୍ତି। …

ସୁନା ଠକାମୀକୁ ନେଇ ସାଧାରଣରେ ଆଲୋଚନା ହୁଏ ।କିନ୍ତୁ ସରକାର ଏହାକୁ ସ୍ବୀକାର କରିବା ପରେ ଗ୍ରାହକଙ୍କ ଭିତରେ ଛନକା ପଶିଛି। ତେବେ ସରକାର କେବଳ ଛୋଟ ବେପାରୀଙ୍କୁ ଧରୁଥିବା ବେଳେ ବଡ଼ ବଡ଼ିଆଙ୍କୁ ଛାଡ଼ିଦେବା ଉଚିତ୍ ନୁହେଁ ।…

   Related Posts