ଭୁବନେଶ୍ୱର ୨୯।୦୬: ହେବେ ତ ପୁଣି କାହାର । ନା ସ୍ୱାମୀର ନା ପ୍ରେମିକର । ପ୍ରଥମେ ସ୍ୱାମୀ, ତାପରେ ପ୍ରେମିକ । ପୁଣି ଏବେ ସ୍ୱାମୀ ପାଖେ ରହିବାକୁ ଜିଦ୍ ଧରିବସିଛନ୍ତି ସ୍ତ୍ରୀ । ଭୁବନେଶ୍ୱର ବାଲିଅନ୍ତା ଥାନା ଅଞ୍ଚଳରେ ଦେଖିବାକୁ ଘଟଣା ।
ଖବର ଅନୁଯାୟୀ, ବାଲିଅନ୍ତା ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ଭୁବନେଶ୍ବରର ପୁରୁଣା ଟାଉନ୍ ଅଞ୍ଚଳର ଜଣେ ଯୁବତୀ ଜୁନ ୧୬ ତାରିଖରେ ବିବାହ କରିଥିଲେ । ବାହାଘର ପରେ ସ୍ବାମୀଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ । ପୂର୍ବରୁ ସ୍ତ୍ରୀ ଫେରାର ହେବା ପରେ ବାଲିଅନ୍ତା ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ଏବେ ପ୍ରେମିକ ସହ ୩ ଦିନ ରହିବା ପରେ ପୁଣି ଥରେ ସ୍ୱାମୀ ସହ ରହିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ । ପ୍ରେମିକ ଧୋକା ଦେବା ପରେ ସ୍ବାମୀ ସହ ପୁଣି ଥରେ ରହିବା ପାଇଁ ସ୍ତ୍ରୀ ଲିଙ୍ଗରାଜ ଥାନାରେ ହଜାର ହୋଇଛନ୍ତି ।