ଲୁଟ୍‌ର ନୁଆ ଫଣ୍ଡା : ମନଇଚ୍ଛା କିଣିଲେ ଜିନିଷ, ପଇସା ମାଗିବାରୁ ଦେଲେ ଧମକ

Published By : Prameya-News7 Bureau | August 08, 2020 IST

ଭୁବନେଶ୍ୱର ୦୮।୦୮: ଲୁଟର ନୁଆ ଫଣ୍ଡା । ସପିଂ କଲେ ପରେ ବିଲ ନଦେଇ ଧମକ ଦେଲେ। ରେପ କେସରେ ଫସାଇଦେବାକୁ କହି ୫୦ ହଜାର ଟଙ୍କାର ଜିନିଷ ନେଇ ଚମ୍ପଟ ମାରିଲେ । ଏମିତି ଢଙ୍ଗରେ ରାଜଧାନୀର ତମାଣ୍ଡୋ ସ୍ଥିତ ଡିଏନ୍ ରେଗାଲିଆ ମଲରେ ଏପରି ଚୁନା ଲଗାଇଥିବା ଜଣେ ମହିଳାଙ୍କ ନାଁରେ ଆସିଛି ଅଭିଯୋଗ। ଯାହାକୁ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ।

ସୁଚନାଯୋଗ୍ୟ ଯେ,  ମୁତାବକ ଗୁରୁବାର ସଂଧ୍ୟା ୭ ଟା ସମୟରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ରେଗାଲିଆ ମଲରେ ଥିବା ଦୁଲହନ ଶାଢି ଦୋକାନରେ ପହଂଚିଥିଲେ। ପରେ ନିଜକୁ ଦୋକାନର ମାଲିକଙ୍କ ପାର୍ଟନର ସମ୍ପର୍କିୟ କହି ଶାଢି ଡିଜାଇନ ଦେଖାଇବାକୁ କହିଥିଲେ । ପରେ ଶାଢି ଚଏସ ପରେ ବିଲ ପାଇଁ କହିଥିଲେ । ହେଲେ ସେଲସ୍‌ମ୍ୟାନ୍‌ ବିଲ ମାଗିବାରୁ ଟଙ୍କା ମାଲିକଙ୍କୁ ଦେଇଦେଇଛନ୍ତି କହି ବିଲ କରିବାକୁ ଜିଦ ଧରିଥିଲେ ମହିଳା।

କିନ୍ତୁ ସେଲସ୍‌ମ୍ୟାନ୍‌ ରାଜି ନହେବାରୁ ତାକୁ ରେପ କେସରେ ଫସାଇଦେବ କହି ମହିଳାଜଣଙ୍କ ହାଇଡ୍ରାମା କରିଥିଲେ । ପରେ ସେଠାରୁ ଟଙ୍କା ନଦେଇ ଶାଢିନେଇ ଖସିପଳାଇଥିଲେ। ତେବେ ପରେ ଏନେଇ ମହିଳାଙ୍କ ର ଏପରି କାରନାମା ନେଇ ତମାଣ୍ଡୋ ଥାନାରେ ଦୋକାନର ମାନେଜର ଅଭିଯୋଗ କରିଛନ୍ତି । ତେବେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା କାର ନମ୍ବର OD 02AP 9001ସହ ମହିଳାଙ୍କ ଦେଇଥିବା ମୋବାଇଲ ନମ୍ବର ଦେଇ ଥାନାରେ ଅଭିଯୋଗ କରିଛନ୍ତି।ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ସମ୍ପୃକ୍ତ ମହିଳା ଜଣଙ୍କ ଜଣେ ଠକ ଯେକି ପୁର୍ବରୁ ୟୁନିଟ ୮ ମାଛ ମାର୍କେଟରେ ମଧ୍ୟ ମାଛ କିଣି ପଇସା ନଦେଇ ହଙ୍ଗାମା କରି ପୋଲିସ ସ୍କାନରକୁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.