ସରକାରୀ କାର୍ଯ୍ୟାଳୟରେ ଚାକିରୀ କରାଇ ଦେଵା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ : ଅଭିଯୁକ୍ତ ଅଟକ

Published By : Prameya-News7 Bureau | September 01, 2019 IST

କୋରାପୁଟ ୧/୯: ସରକାରୀ କାର୍ଯ୍ୟାଳୟରେ ଚାକିରୀ କରାଇ ଦେଵା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଛି।ଆଉ ଏପରି ଠକେଇର ଶିକାର ହୋଇଛନ୍ତି କୋରାପୁଟ ଜିଲ୍ଲାର ଵିଭିନ୍ନ ସ୍ଥାନରୁ ଅନେକ ବେକାର ଯୁବକ ଓ ଯୁଵତୀ।ଏପରି ଚାଂଚଲ୍ୟକର ତଥ୍ୟ ପୁରା ପ୍ରମାଣ ସହ ଲାଗିଛି ନ୍ୟୁଜ୭ ହାତରେ।ଅଭିଯୋଗ ଅନୁସାରେ କୋରାପୁଟର ଏକ ସ୍କୁଲରେ କାର୍ଯ୍ୟରତ ଆଲୋକ ମହାନ୍ତି ନାମକ ଜଣେ କର୍ମଚାରୀ ହେଉଛି ଏହି ରାକେଟର ମାଷ୍ଟର ମାଇଣ୍ଡ।

ଆଉ ଵିଭିନ୍ନ ଉପାୟରେ ଜିଲ୍ଲାର ବେକାର ଯୁବକକୁ ନିଜ ଜାଲରେ ଫସାଇ ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ କରିଥାଏ।ଏଥିପାଇଁ ସେ ମୁଖ୍ୟତଃ Employment Exchange କୁ ନାମ ପଂଜିକରଣ ପାଇଁ ଆସୁଥିବା ବେକାର ଯୁବତୀଙ୍କୁ ଟାର୍ଗେଟ କରିଥାଏ।ଆଉ ଏହି ଠକର ଜାଲର ଲମତାପୁଟ ଅଂଚଳର କିଛି ଯୁବକ ଏଵେ ଫସିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି।ଅଭିଯୋଗ ଅନୁସାରେ ଏହି ଅଂଚଳର ୨ଜଣ ଯୁବକଙ୍କୁ ଜୟପୁରସ୍ଥିତ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟରେ ଚାକିରୀ କରାଈ ଦେବାକୁ ଏହି ଠକ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛି।ଆଉ ତାହା ଵି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କ୍ୟାମ୍ପସ ପରିସରେ।

ଚାକିରୀ କରାଇ ଦେବା ପାଇଁ ଲକ୍ଷ୍ମଣ ଵଡନାୟକ ନାମକ ଏହି ଯୁବକ ୧ଲକ୍ଷ ୧୫ ହଜାର ଟଙ୍କା ଦେଈଥିବା ଵେଳେ ଦୋରା ନାମକ ଏହି ଯୁବକ ୬୪ହଜାର ଟଙ୍କା ଦେଇଛନ୍ତି।ଟଙ୍କା ଦେବାର ଦେଢ ମାସରୁ ଅଧିକ ସମୟ ହୋଇଯାଇଥିଲେ ଵି ଏହି ଠକ ଜଣଙ୍କ ଦିନ ଗଡାଇ ଚାଲିଲା ସିନା ହେଲେ ଧରା ଛୁଆଁ ଦେଲାନି।ଶେଷରେ ଏମାନେ ବାଧ୍ୟ ହୋଇ ଏଵେ ଟଙ୍କା ଫେରସ୍ତ ପାଇଁ ଜୟପୁର ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।ତେଵେ ଏହି ଠକର ଫୋନ ନମ୍ବରରେ ମଧ୍ୟ ଯୋଗାଯୋଗ କରିବା ପାଇଁ ନ୍ୟୁଜ୭ ତରଫରୁ ଉଦ୍ୟମ କରାଯାଈଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.