Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଧୋକାବାଜ୍ ଖାକି ବାବୁଙ୍କୁ ମହଙ୍ଗା : ବନ୍ଧା ହେଲେ, ଜେଲ୍ ଗଲେ ଫାଣ୍ଡି ଅଧିକାରୀ, ଏସ୍‌ପିଙ୍କୁ ଫେରାଦ ହୋଇଥିଲେ ପୀଡିତା

7/07/2020 at 2:36 PM

ଖଲ୍ଲିକୋଟ, ୦୭|୦୭: ଯୁବତୀଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗ ପରେ ଭେଜିପୁଟ ଫାଣ୍ଡି ଅଧିକାରୀ ଗିରଫ ହୋଇଛନ୍ତି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଭେଜିପୁଟ୍ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଆସିଛି ଲଭ୍‌, ସେକ୍ସ ଓ ଧୋକାର ସଙ୍ଗୀନ ଅଭିଯୋଗ । ଦୀର୍ଘ ୨ ବର୍ଷ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିବା ପୋଲିସ ବାବୁ ଆଉ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଥିଲା। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ ଜଣେ ଯୁବତୀ । ଏପରିକି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ଅନୁଯାୟୀ, ଗତ ୨୦୧୭ରେ ଭେଜିପୁଟ ଫାଣ୍ଡି ଅଧିକାରୀ ଭୁବନେଶ୍ୱରଠାରେ ଥିବା ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ପ୍ରବେଶନାରୀ ଅଫିସର ରୂପେ ତାଲିମ ନେଉଥିବା ସମୟରେ ସେଠାର ଜନୈକା ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ଯୁବତୀ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଯୁବତୀଙ୍କ ସୂଚନା ମୁତାବକ ବିଭିନ୍ନ ସମୟରେ ସେମାନେ ଏକତ୍ର ପୁରୀ, କୋଣାର୍କ, ନନ୍ଦନକାନନ ତଥା ଅନ୍ୟ ସ୍ଥାନ ବୁଲି ଯାଇଥିବା ବେଳେ ବହୁ ଥର ଏକାଠି ସିନେମା ଦେଖିଛନ୍ତି ଓ ମଲ୍‌ ବୁଲିଛନ୍ତି ଏବଂ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଏକାଧିକ ଥର ଶାରିରୀକ ସମ୍ପର୍କ ରଖିଛନ୍ତି। ଯୁବତୀ ଜଣକ ତାଙ୍କୁ ବାରମ୍ବାର ବିବାହ ପ୍ରସ୍ତାବ ଦେଇଛନ୍ତି । ଫାଣ୍ଡି ଅଧିକାରୀଙ୍କ ବାପା, ମାଆ ଯୁବତୀଙ୍କ ଘରକୁ ଆସି ବିବାହ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଇତି ମଧ୍ୟରେ ଫାଣ୍ଡି ଅଧିକାରୀଙ୍କର ଅନ୍ୟତ୍ର ବିବାହ ପାଇଁ ନିର୍ବନ୍ଧ ସମ୍ପନ୍ନ ହୋଇଥିବା ପୀଡ଼ିତା ଯୁବତୀ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଯୁବତୀ ଜଣକ ଖଲ୍ଲିକୋଟ ଥାନାରେ ଏତାଲା ଦାଖଲ କରିଥିଲେ ।

ମାମଲା ଆଗକୁ ନବଢ଼ାଇ ଏତଲା ପ୍ରତ୍ୟାହାର କଲେ ତାଙ୍କୁ ବିବାହ କରିବେ ବୋଲି ଫାଣ୍ଡି ଅଧିକାରୀ କୁଆଡ଼େ କହିଥିଲେ। ଯୁବତୀ ରାଜି ହୋଇ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସିଆର୍‌ପିସି ୧୬୪ ଧାରାରେ ମାମଲା ଆଗକୁ ନବଢ଼ାଇବା ପାଇଁ ବୟାନ ରେକର୍ଡ କରିଥିଲେ । ପରେ ଫାଣ୍ଡି ଅଧିକାରୀ ବିବାହ ପାଇଁ ସମ୍ପୂର୍ଣ୍ଣ ଅସ୍ୱୀକାର କରିବା ପରେ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଓ ଭୟଭୀତ ହୋଇ ଆଜି ନିଜ ଆତ୍ମୀୟ ସହ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟଙ୍କୁ ଭେଟି ସମସ୍ତ କଥା ଜଣାଇଥିଲେ ।ଅଭିଯୋଗ ହେବା ପରେ ଅଭିଯୁକ୍ତ ଫାଣ୍ଡି ଅଧିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ହେବା ପରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

   Related Posts