Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଲୋନ୍ କରାଇଦେବା ବାହାନାରେ ୪୫ଜଣଙ୍କଠୁ ୧୫୦୦ ଲେଖାଏଁ ଠକେଇ ଅଭିଯୋଗ, ୩ ଅଟକ

11/10/2019 at 10:41 PM

ଖୋର୍ଦ୍ଧା ୧୧।୧୦: ଗ୍ରାମାଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲାଗି ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛି । ଏଥିରେ ସେମାନଙ୍କୁ କମ ସୁଧରେ ଋଣ ମଧ୍ୟ ଯୋଗାଇ ଦେଉଛନ୍ତି ସରକାର । କିନ୍ତୁ କିଛି ଅସାଧୁ ସଂସ୍ଥା ଗ୍ରାମାଞ୍ଚଳର ଏହି ମହିଳାଙ୍କୁ ଲୁଟୁଥିବାର ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ବଡବେରଣା ଗାଁରେ । ୪୦ ହଜାର ଟଙ୍କା ଲୋନ କରାଇଦେବେ କହି ଗାଁର ଜଣେ ମହିଳା ୪୫ ଜଣ ମହିଳାଙ୍କ ଠାରୁ ପନ୍ଦରଶହ ଟଙ୍କା ଲେଖାଏଁ ଠକି ନେଇଥିବା ଅଭିଯୋଗ ହୋଇଛି ।

ଆଗୁଆ ଟଙ୍କା ନେଇ ଲୋନ ଦେବା ପାଇଁ କହି ସମୟ ଗଡାଇ ଚାଲିଥିଲେ ମହିଳା ଜଣକ । ଶୁକ୍ରବାର ବେଗୁନିଆ ଥାନାରେ ଏନେଇ ଅଭିଯୋଗ ମଧ୍ୟ ହୋଇଛି । ଏହାସହ ଟଙ୍କା ନେଇ  ଠକିଥିବା ଉକ୍ତ ଫାଇନାନ୍ସ ସଂସ୍ଥାର ଲୋକଙ୍କୁ ମହିଳାମାନେ ଧରି ବେଗୁନିଆ ଥାନାରେ ଦେଇଛନ୍ତି । ଘଟଣାରୁ ଜଣାପଡିଛି ଗତ ୬ତାରିଖରୁ ଶ୍ରୀରାମ ଫାଇନାନ୍ସ ନାମରେ ଗ୍ରାମାଞ୍ଚଳରେ ଥିବା ମହିଳା ଗୋଷ୍ଠୀଙ୍କୁ ଲୋନ କରେଇଦେବେ କହି ଜଣେ ମହିଳା ୪୫ ଜଣ ମହିଳାଙ୍କ ଠାରୁ ୧୫ଶହ ଲେଖାଏଁ ଟଙ୍କା ନେଇ ଧରାଛୁଆଁ ଦେଉନଥିଲେ ।

କିନ୍ତୁ ଆଜି କୌଶଳ କରି  ଟଙ୍କା ନେଇଥିବା ଉକ୍ତ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଡକାଇଥିଲେ ଟଙ୍କା ଦେଇଥିବା ମହିଳାମାନେ । ଆଉ ସେମାନେ ଆସିବା ପରେ ସେମାନଙ୍କୁ ସେମାନଙ୍କ ସଂସ୍ଥା ବିଷୟରେ ସବିଶେଷ ତଥ୍ୟ ମାଗିଥିଲେ । କିନ୍ତୁ ଆସିଥିବା ତିନି କର୍ମଚାରୀ ଉକ୍ତ ସଂସ୍ଥାର କାର୍ଯ୍ୟାଳୟ କି ତାଙ୍କ ମୁଖ୍ୟଙ୍କ ଠିକଣା କହିପାରି ନଥିଲେ । ତେଣୁ ମହିଳାମାନଙ୍କ ସନ୍ଦେହ ହେବାରୁ ସେମାନଙ୍କୁ ଅଟକ ରଖି ବେଗୁନିଆ ଥାନାକୁ ଖବର ଦେଇଥିଲେ । ପୋଲିସ ଆସି ସେମାନଙ୍କୁ ଥାନାକୁ ନେବାସହ ଅଧିକ ତଦନ୍ତ ଜାରି ରଖିଛି । ତେବେ ଋଣ ପାଇଁ ଦେଇଥିବା ଟଙ୍କା କିଭଳି ଫେରି ପାଇବେ ସେନେଇ ଚିନ୍ତାରେ ପଡିଛନ୍ତି ମହିଳାମାନେ ।

   Related Posts