Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ଦୁଇଗୁଣା ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଲୁଟୁଥିବା ଠକ ଗିରଫ, ଜବତ ହେଲା ବିଡା ବିଡା ନକଲି ନୋଟ୍‌ ଏବଂ ନକଲି ସୁନା ବିସ୍କୁଟ

20/09/2019 at 6:53 PM

ଭୁବନେଶ୍ବର୨୦|୯; ୫ଲକ୍ଷ ଦିଅ, ୧୦ଲକ୍ଷ ନିଅ । କିଛି ଲୋକଙ୍କୁ ଏଭଳି ପ୍ରଲୋଭନ ଦେଇ ଠକୁଥିବା ଠକ ସର୍ଦାରକୁ ଭୁବନେଶ୍ବର ପୋଖରିପୁଟରୁ ଗିରଫ କରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ତା’ ପାଖରୁ ୭ଲକ୍ଷ ୨୬ହଜାର ଟଙ୍କା ସହ ପୁଳା ପୁଳା ନକଲି ନୋଟ ଏବଂ ନକଲି ସୁନା ବିସ୍କୁଟ୍‌ ଜବତ କରିଛି ପୋଲିସ ।….

ନୂଆ ଖଡ଼ଖଡ଼ିଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ ବିଡ଼ା ଦେଖି ଆପଣ ଏହାକୁ ଅସଲି ବୋଲି ଭାବୁଛନ୍ତି କି । ଯଦି ଭାବୁଛନ୍ତି ତାହେଲେ ଆପଣଙ୍କ ଆଖି ଧୋକା ଖାଇଯିବ । କାରଣ ଏମିତି ନୋଟ ଦେଖାଇ ଅନେକ ଲୋକଙ୍କୁ ଧୋକା ଦେଇଥିବା ଠକ୍‌ ସର୍ଦାରକୁ ଏବେ ଧରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ତା’ର ନାଁ ପ୍ରଭାତ କୁମାର ସାହୁ ।

ଭୁବନେଶ୍ବର ପୋଖରିପୁଟରେ ଭଡ଼ା ଘରେ ରହୁଥିବା ପ୍ରଭାତ ଦୀର୍ଘ ଦିନ ହେଲା ଲୋକଙ୍କୁ ଦୁଇଗୁଣ ଟଙ୍କାର ଲୋଭ ଦେଖାଇ ଠକୁଥିଲା । ପ୍ରଭାତର ଘର ରେଡ୍‌ ବେଳେ ୭ଲକ୍ଷ ୨୬ହଜାର ଟଙ୍କାର ଅସଲି ନୋଟ୍‌ ସହ ବିଭିନ୍ନ ଆଟାଚି, ବ୍ୟାଗ୍‌ ଏବଂ କାଗଜ ପ୍ୟାକେଟ୍‌ରୁ ମିଳିଥିଲା ପୁଳା ପୁଳା ନକଲି ନୋଟ୍‌ । ଏଥି ସହ ତା’ ପାଖରୁ ନକଲି ସୁନା ବିସ୍କୁଟ ମଧ୍ୟ ଜବତ କରିଛି ପୋଲିସ ।

୫ଲକ୍ଷ ଟଙ୍କା ଦେଲେ ତା’ ବଦଳରେ ୧୦ଲକ୍ଷ ମିଳିବ କହି ଏମାନେ ଲୋକଙ୍କୁ ନକଲି ନୋଟ ବ୍ୟାଗ୍‌ ଧରାଇ ଖସିଯାଉଥିଲେ । ସେହିଭଳି ଅସଲି ସୁନା ବଦଳରେ ନକଲି ସୁନା ବିସ୍କୁଟ୍‌ ଦେଇ ଠକୁଥିଲେ ଏହି ଠକଗ୍ୟାଙ୍ଗ୍‌ । 

ନିକଟରେ ରାଞ୍ଚିର ଜଣେ ବ୍ୟବସାୟୀଙ୍କୁ ଭୁବନେଶ୍ବର ଷ୍ଟେସନକୁ ଡାକି ତାଙ୍କ ଠାରୁ ୫ଲକ୍ଷ ଟଙ୍କା ଠକି ନେବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଠକଙ୍କୁ ଧରିବା ପରେ ଠକ ସର୍ଦାର ପ୍ରଭାତ ସାହୁ ପାଖରେ ପହଞ୍ଚି ଥିଲା ସ୍ପେଶାଲ ସ୍କ୍ବାର୍ଡ଼ ।

   Related Posts