ପରକୀୟା ପ୍ରୀତି ଯୋଗୁଁ ଦଣ୍ଡ : ବିଚ୍ ରାସ୍ତାରେ ମାସ୍କ ପିନ୍ଧି ଯୁବକଙ୍କୁ ମାଡ ମାରିଲେ ଶହ ଶହ ଲୋକେ

Published By : Prameya-News7 Bureau | June 08, 2020 IST

ଆସେହ ୦୮/୦୬ : କରୋନା ସଙ୍କଟ ମଧ୍ୟରେ ପରକୀୟା ପ୍ରୀତିକୁ ନେଇଆ ଜଣେ ମହିଳା ଜଣେ ପୁରୁଷଙ୍କୁ ବୀଚ ରାସ୍ତାରେ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଛି | ଘଟଣା ଇଣ୍ଡୋନେସିଆରେ ହୋଇଛି | ମାମଲାକୁ ନେଇ ଇଣ୍ଡୋନେସିଆରେ ସମାଲୋଚନା ହେଉଛି | ଇଣ୍ଡୋନେସିଆ ଅପରାଧ ଶାଖା ରବିବାର ଦିନ ସଫେଇ ଦେଇ କହିଛି ଯେ ଦଣ୍ଡ ଶୁଣାଣି ସମୟରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନିଆଯିବ | ଦୋଷୀକୁ ମାସ୍କ ପିନ୍ଧି ନିରଧୂମ ମାଡ ମରାଯାଇଥିଲା | ମାଡ ମାରିବା ପୂର୍ବରୁ ତାଙ୍କର ଥର୍ମାଲ ଯାଞ୍ଚ କରାଯାଇଥିଲା କାଳେ ତାଙ୍କ ଭିତରେ କରୋନା ଲକ୍ଷଣ ଥିବ |

ଇଣ୍ଡୋନେସିଆ ଆସେହରେ ଶୁକ୍ରବାର ଦିନ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ପରକୀୟା ପ୍ରୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି ସିରିଆ ଆଇନ ଅନୁଯାୟୀ ମାଡ ମରାଯାଇଥିଲା | ଦଣ୍ଡ ସମୟରେ ବହୁ ସଂଖ୍ୟକ ଲୋକ ଯୁବକ ଓ ଯୁବତୀଙ୍କୁ ବାଡ଼ିରେ ମାଡ ମାରିଥିଲେ | ଅପରାଧ ଶାଖା ମୁଖ୍ୟ ଆଗସ କେଲନାଙ୍କ ପୁତ୍ର କହିଛନ୍ତି ଯେ, ଭିଡରେ ସମସ୍ତ ମାସ୍କ ପିନ୍ଧିଥିଲେ | ସେମାନଙ୍କର ଥଣ୍ଡା-କାଶ, ଜ୍ୱର ଭଳି ଲକ୍ଷଣର ଯାଞ୍ଚ କରାଯାଇଥିଲା ଓ ପରେ ଘଟଣାସ୍ଥଳରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.