Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଘର ଢିଙ୍କି କୁମ୍ଭୀର : ଅଳଙ୍କାର ଦୋକାନରୁ ୯ କୋଟି ୫୦ ଲକ୍ଷ ଟଙ୍କା ଠକେଇ, ୩ କର୍ମଚାରୀ ଗିରଫ

8/11/2020 at 10:31 PM

ନାଗପୁର,୦୮।୧୧:  ମହାରାଷ୍ଟ୍ର ନାଗପୁରର ଏକ ଜଣାଶୁଣା ଅଳଙ୍କାର ଦୋକାନରେ ଏକ ବଡ ଧରଣର ଠକେଇ ମାମଲା ସାମ୍ନାକୁ ଆସିଛି । ଦୋକାନର ୩ଜଣ କର୍ମଚାରୀ ଚଞ୍ଚକତା କରି ପ୍ରାୟ ୯ କୋଟି ୫୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏନେଇ ରବିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ଦୋକାନର ଏହି କର୍ମଚାରୀମାନେ ୩ କେଜି ସୁନା ସହ ୩୦ କେଜି ରୁପା ଓ ନଗଦ ଟଙ୍କା ଠକି ନେଇଛନ୍ତି । ଏହାକୁ ସେମାନେ ପରସ୍ପର ମଧ୍ୟରେ ବାଣ୍ଟି ଦେଇଥିଲେ ।

ଏହି ୩ଜଣ କର୍ମଚାରୀ ଅନେକ ବର୍ଷ ଧରି ଏହି ଅଳଙ୍କାର ଦୋକାନରେ କାମ କରୁଥିଲେ । ତେବେ ଦୋକାନର ପ୍ରତିଷ୍ଠାତାଙ୍କର ନିକଟରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ନାତି ବ୍ୟବସାୟ ସମ୍ଭାଳିଥିଲେ । ଏହାପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ପ୍ରତିଷ୍ଠାତାଙ୍କ ନାତି ଠକେଇ ବାବଦରେ ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ ।

ଏହି ୩ କର୍ମଚାରୀ ୬.୮୮ କୋଟି ଟଙ୍କା ସେମାନଙ୍କ ଜଏଣ୍ଟ ଆକାଉଣ୍ଟରେ ଜମା କରିଛନ୍ତି । ଏହାସହ ଫର୍ଜି କାଗଜପତ୍ରରେ ୯୨.୮ ଲକ୍ଷ ଟଙ୍କା ହେରଫେର କରିଛନ୍ତି । ନାତିଙ୍କ ଅଭିଯୋଗ ପରେ ପୋଲିସ ୩ କର୍ମଚାରୀଙ୍କୁ ଗିରଫ କରିଥିଲା । ସେମାନଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି ପୋଲିସ ।

   Related Posts