ଏହିସବୁ ଦେଶରେ ଶସ୍ତାରେ ବିକ୍ରି ହେଉଛି ପେଟ୍ରୋଲ, ପ୍ରତି ଲିଟର ୨, ୪ ଏବଂ ୧୦ ଟଙ୍କା

Published By : Prameya-News7 Bureau | February 24, 2021 IST

ନୂଆଦିଲ୍ଲୀ ୨୪।୨: ଫେବୃଆରୀ ମାସରେ ଭାରତରେ ପେଟ୍ରୋଲ ମୂଲ୍ୟ ଐତିହାସିକ ସ୍ତରରେ ପହଞ୍ଚିଯାଇଛି । ରାଜସ୍ଥାନର ଶ୍ରୀଗଙ୍ଗନଗରରେ ଏହାର ମୂଲ୍ୟ ୧୦୦ ଟଙ୍କା ଉପରେ ପହଞ୍ଚିଛି । ତେବେ ଭାରତର ପଡୋଶୀ ଦେଶମାନଙ୍କ ସହିତ ବିଶ୍ବର ଅନେକ ଦେଶ ଅଛି ଯେଉଁଠାରେ ପେଟ୍ରୋଲର ମୂଲ୍ୟ ମାତ୍ର ୨ ଟଙ୍କା, ୪ ଟଙ୍କା ଏବଂ ୧୦ ଟଙ୍କା ରହିଛି ।

ସାରା ବିଶ୍ବର ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସଂପର୍କରେ ସୂଚନା ଦେଉଥିବା ୱେବସାଇଟ୍ globalpetrolprices.com/ ଅନୁଯାୟୀ, ଭାରତୀୟ ମୁଦ୍ରା ଅନୁଯାୟୀ ଫେବୃଆରୀ ୨୨ରେ ଲାଟିନ୍ ଆମେରିକୀୟ ଦେଶ ଭେନେଜୁଏଲାରେ ପେଟ୍ରୋଲର ମୂଲ୍ୟ ପ୍ରାୟ ୧ ଟଙ୍କା ୪୫ ପଇସା ରହିଛି । ଇରାନ ଭେନେଜୁଏଲା ପରେ ଇରାନରେ ପେଟ୍ରୋଲର ମୂଲ୍ୟ ୪ ଟଙ୍କା ୩୯ ପଇସା ରହିଛି ।

ଭେନେଜୁଏଲା ଏବଂ ଇରାନ ପରେ ଅଙ୍ଗୋଲାରେ ପେଟ୍ରୋଲ ଲିଟର ପିଛା ୧୭.୭୭ ଟଙ୍କାରେ ବିକ୍ରି ହେଉଛି । ଏହାପରେ ଆଲଜେରିଆ (୨୫.୦୩୨ ଟଙ୍କା), କୁଏତ (୨୫.୧୩୩ ଟଙ୍କା), ସୁଦାନ (୨୭.୪୦୭ ଟଙ୍କା), କାଜାଖସ୍ତାନ (୨୯.୬୫୭ ଟଙ୍କା), କତାର (୨୯.୮୨୫ ଟଙ୍କା), ତୁର୍କମେନିସ୍ତାନ (୩୧.୦୮୪ ଟଙ୍କା), ନାଇଜେରିଆ (୩୧.୫୬୮ ଟଙ୍କା) ରହିଛି ।

ଭାରତର ପଡୋଶୀ ଦେଶମାନଙ୍କରେ ମଧ୍ୟ ଏଠାରୁ ବହୁତ ଶସ୍ତାରେ ପେଟ୍ରୋଲ ବିକ୍ରି ହେଉଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦେଶଗୁଡିକରେ ନେପାଳ, ଶ୍ରୀଲଙ୍କା, ପାକିସ୍ଥାନ ଭଳି ଆର୍ଥିକସ୍ତରରେ ଦୁର୍ବଳ ଦେଶ ମଧ୍ୟ ସାମିଲ ରହିଛି । ଚୀନରେ ପେଟ୍ରୋଲର ମୂଲ୍ୟ ୭୭.୦୨୨ ଟଙ୍କା, ପାକିସ୍ତାନରେ ଲିଟର ପିଛା ୫୧.୧୧୯ ଟଙ୍କା, ଶ୍ରୀଲଙ୍କାରେ ପେଟ୍ରୋଲର ମୂଲ୍ୟ ୬୦.୪୫୨ ଟଙ୍କା, ନେପାଳରେ ୬୯.୦୫୪ ଟଙ୍କା ଏବଂ ଭୁଟାନରେ ୪୯.୫୬୪ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.