ବଜାରକୁ ଆସିଲା ଏହି ନୂଆ ମିନି ଏସି, ମୂଲ୍ୟ ମାତ୍ର ଏତିକି
8/07/2019 at 12:24 PM

ଗ୍ରୀଷ୍ମ ଋତୁରେ ଗରମ ଯୋଗୁଁ ଲୋକେ ଅନେକ ଅସୁବିଧାର ସାମ୍ନା କରନ୍ତି। କେବେ କେବେ ପ୍ରବଳ ଖରା ହେଉଥିବା ସମୟରେ ଦିନରେ ଲାଇନ୍ ଚାଲିଗଲେ ଗରମରେ ଲୋକେ ବହୁତ ହନ୍ତସନ୍ତ ହୁଅନ୍ତି। ସହରରେ ରହୁଥିବା ଲୋକେ ଗୋଟେ ମିନଟ୍ ପାଇଁ ମଧ୍ୟ ଗରମ ସହି ପାରନ୍ତି ନାହିଁ। ତେବେ ଏଥିପାଇଁ ବଜାରକୁ ଏମିତି ଏକ ଏସି ଆସିଛି ଯେଉଁଥିରେ ପାୱର ବ୍ୟାଙ୍କରୁ ଅଧିକ ଚାର୍ଜ ଥାଏ। ଏହି ମିନି ଏସି ଦେଖିବା ପାଇଁ ବହୁତ ଛୋଟ। ବଜାରରେ ଏହି ଏସି ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ଲୋକେ ଏହି ମିନି ଏସିକୁ ବହୁତ ପସନ୍ଦ କରିଛନ୍ତି। ଏହି ଏସି ବ୍ୟବହାର କରିଲେ ବିଦ୍ୟୁତ୍ ବିଲ ମଧ୍ୟ କମ ଆସିବ। ଏହାକୁ ପସନ୍ଦ କରିବାର ଆଉ ଏକ କାରଣ ହେଉଛି ଯେ, ଏହି ଛୋଟ ଏସି ଘରର କୌଣସି କୋଣରେ ଲାଗିପାରିବ।

ଏହି ଏସି ମାର୍କେଟ୍ରେ Ivation GDM20 Thermo-Electric Dehumidifier ନାଁରେ ଉପଲବ୍ଧ । ଏହା କୁଲିଂ ଫ୍ୟାନ୍ ନାଁରେ ମଧ୍ୟ ଜଣା ଯାଉଛି। ଏଥିରେ ଏକ ଅଲଗା ଆଇସ୍ ଟ୍ରେ ଦିଆଯାଇଛି। ଯେଉଁଥିରେ ଆଇସ୍ କ୍ୟୁବ୍ ରଖିଲେ ଅଧିକ ଥଣ୍ଡା ପବନ ଆସିଥାଏ। ଏହି ବ୍ଲେଡଲେସ ୱିଙ୍ଗ୍ସ କୁଲରରୁ ବହୁତ ପବନ ଆସେ। ଏହି ଏସିର ଖାସ କଥା ଏହା ଯେ, ବିଦ୍ୟୁତ ବ୍ୟତୀତ ଏହା ମୋବାଇଲ ଚାର୍ଜର ବା ଲାପଟପ୍ରୁ ଚାର୍ଜ କରାଯାଇପାରିବ। ବଜାରରେ ଉପଲବ୍ଧ ହେବା ସହ ଏହି ମିନି ଏସି ଅନଲାଇନ୍ ସାଇଟ୍ରେ ମଧ୍ୟ ଉପଲବ୍ଧ ଅଛି। ଏହାର ମୂଲ୍ୟ ମାତ୍ର ୫,୭୫୭ ଟଙ୍କା।