ବିଶ୍ବର ଏହି ୫ଟି ଦେଶରେ ମିଳିଥାଏ ସବୁଠୁ ଶସ୍ତା ସୁନା, ଭାରତ ଅପେକ୍ଷା ୧୫ପ୍ରତିଶତ କମ୍ ମୂଲ୍ୟରେ ହୋଇଥାଏ ବିକ୍ରି

Published By : Prameya-News7 Bureau | October 26, 2020 IST

ନୂଆଦିଲ୍ଲୀ ୨୬।୧୦: ବିଶ୍ବର ୫ଟି ଦେଶରେ ସବୁଠୁ ଶସ୍ତା ସୁନା ମିଳିଥାଏ । ଭାରତ ଅପେକ୍ଷା ୧୫ ପ୍ରତିଶତ କମ୍ ମୂଲ୍ୟରେ ସୁନା ମିଳିଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ୫ଟି ଦେଶରେ ମିଳିଥାଏ କମ୍ ମୂଲ୍ୟର ସୁନା ।

ଦୁବାଇ ନାଁ ଶୁଣିଲା ପରେ ସୁନା କିଣିବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା ହୋଇଥାଏ । ଦୁବାଇର ଦିଏରାକୁ ସୁନା କ୍ରୟର ପେଣ୍ଠସ୍ଥଳୀ ବୋଲି କୁହାଯାଇଥାଏ । ଏହା ବ୍ୟତୀତ ଦୁବାଇରେ ଜୋୟସୁକାସ, ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ ପାର୍କ ଏବଂ ମାଲାବାର ଗୋଲ୍ଡ ଭଳି କିଛି ବଜାର ଅଛି ଯେଉଁଠାରୁ ଆପଣ ସହଜରେ କମ୍ ମୂଲ୍ୟରେ ସୁନା କିଣିପାରିବେ ।

କମ୍ ମୂଲ୍ୟରେ ସୁନା କିଣିବାରେ ଲୋକମାନଙ୍କର ସବୁଠୁ ଅଧିକ ପସନ୍ଦ ସ୍ଥାନ ହେଉଛି ଥାଇଲାଣ୍ଡର ବ୍ୟାଙ୍କକ । ଏଠାରେ ବହୁତ କମ୍ ମୂଲ୍ୟରେ ସୁନା ମିଳିଯିବ । ଏହାସହ ବିଭିନ୍ନ ଭେରାଇଟିର ସୁନା ମଧ୍ୟ ଏଠାରେ ଉପଲବ୍ଧ ହେଉଛି । ଏଠାକାର ଚାଇନା ଟାଉନ୍ ରେ ୟାବୋରାତ ରୋଡ୍ ସୁନା କ୍ରୟ ପାଇଁ ସବୁଠୁ ଅଧିକ ପସନ୍ଦ ସ୍ଥାନ । ଏଠାରେ ଅଧିକ ସଂଖ୍ୟ ସୁନା ଦୋକାନ ରହିଛି ।

ସେହିଭଳି ହଂକଂ ସାରା ବିଶ୍ବରେ ସପିଂ ହବ୍ ଭାବେ ପରିଚିତ । ଏଠାରେ ମଧ୍ୟ ସୁନା କମ୍ ମୂଲ୍ୟରେ ମିଳିଥାଏ । ହଂକଂ ସାରା ବିଶ୍ବରେ ସବୁଠୁ ଅଧିକ କ୍ରିୟାଶୀଳ ଗୋଲ୍ଡ ଟ୍ରେଣ୍ଡିଂ ମାର୍କେଟ୍ ମଧ୍ୟରେ ସାମିଲ ରହିଛି । ଏହା ବ୍ୟତୀତ ଏଠାକାର ସୁନା ଡିଜାଇନ୍ ସାରା ବିଶ୍ବରେ ପ୍ରସିଦ୍ଧ ଅଟେ ।

ସାରା ବିଶ୍ବରେ ସ୍ବିଜରଲ୍ୟାଣ୍ଡ ସୁନା ଡିଜାଇନ୍ ପାଇଁ ବେଶୀ ପ୍ରସିଦ୍ଧ । ମାତ୍ର ଏଠାରେ ସୁନାର ଭଲ ବ୍ୟବସାୟ ମଧ୍ୟ ହୋଇଥାଏ । ସ୍ବିଜରଲ୍ୟାଣ୍ଡର ଜ୍ୟୁରିଖ ସହର ନିଜର ସୁନା ମାର୍କେଟ୍ ପାଇଁ ମଧ୍ୟ ବେଶ୍ ଜଣାଶୁଣା । ଏଠାରେ ହାତ ତିଆରି ଡିଜାଇନର ଗହଣା ମିଳିଥାଏ । ଏଠାରେ କାମ କରୁଥିବା କାରିଗରମାନେ ପୀଢି ପରେ ପୀଢି ଏହି କାମରେ ନିୟୋଜିତ ଅଛନ୍ତି ।

ଏହା ବ୍ୟତୀତ ଭାରତର କେରଳରେ ମଧ୍ୟ ଖୁବ୍ କମ୍ ମୂଲ୍ୟରେ ସୁନା ମିଳିଥାଏ । କେରଳର କୋଚିନ ସହରରେ ମାଲାବାର ଗୋଲ୍ଡ, ଭୀମା ଜ୍ବେଲସ, ଜୋୟଲୁକାସ ଭଳି କିଛି ସ୍ଥାନରେ କମ୍ ମୂଲ୍ୟରେ ସୁନା ମିଳିଥାଏ । ଦୀପାବଳି ପୂର୍ବରୁ ଧନତେରାସ ଅବସରରେ ଏଠାକାର ବଜାରର ଚମକ ବଢିଯାଇଥାଏ । ଏଠାରେ ନୂଆ ଗହଣାଠାରୁ ଅଧିକ ପୁରୁଣା ସୁନା ଗହଣା ବଦଳାଯାଉଥିବା ଦେଖିବାକୁ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.