ଭାରତକୁ ଆସୁଛି ବିଶ୍ୱର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର୍- ଥରେ ଚାର୍ଜ କଲେ ଯିବ ୩୫୧ କିଲୋମିଟର
5/01/2020 at 4:32 PM

ନୂଆଦିଲ୍ଲୀ ୦୫।୦୧- Great Wall Motor ଆସନ୍ତା ମାସରେ ଭାରତେରେ ତାହାର ଇଲେକ୍ଟ୍ରିକ କାର୍କୁ ଲଞ୍ଚ କରିବ । ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା ଅଟୋ ଏକ୍ସପୋରେ ଏହାକୁ ପ୍ରଦର୍ଶୀତ କରାଯାଇପାରେ ।

ଏହାପରେ ବହୁତ ଶୀଘ୍ର ଏହାର ଉତ୍ପାଦନ ଭାରତରେ ଆରମ୍ଭ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସାରା ଦୁନିଆରେ ଏବେ ଇଲେକ୍ଟ୍ରିକ କାରର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସବୁ ଦେଶ ଏହି ଦିଗରେ ପ୍ରୟାସ କରୁଛନ୍ତି । ପରିବଶ ସୁରକ୍ଷା ସହ ଏଥିରେ ପେଟ୍ରୋଲ ପକାଇବା ପାଇଁ ପଡୁ ନଥିବାରୁ ଅନେକ ଟଙ୍କା ସଞ୍ଚୟବି ହେଉଛି । ଇଲେକ୍ଟ୍ରିକ କାରର ରକ୍ଷଣବେକ୍ଷଣ ପାଇଁ କମ୍ ଖର୍ଚ୍ଚ କରିବାକୁ ପଡୁଛି । ଏବେ ଭାରତରେ ଇଲେକ୍ଟ୍ରିକ କାରର ବିକ୍ରି ବୃଦ୍ଧି ପାଇବାରେ ଲାଗିଛି। ଅନେକ ଲୋକ ଇଲେକ୍ଟ୍ରିକ କାର କିଣିବା ପାଇଁ ବେଶ୍ ପସନ୍ଦ କରୁଛନ୍ତି ।

ଏବେ ଚୀନ୍ର ପ୍ରମୁଖ କାର ନିର୍ମାଣକାରୀ କମ୍ପାନୀ Great Wall Motor ନିଜର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାରକୁ ଭାରତରେ ଲଞ୍ଚ କରିବା । ଭାରତରେ ଲଞ୍ଚ କରାଯାଇଥିବା ଅନ୍ୟ ଇଲେକ୍ଟ୍ରିକ କାର ତୁଳନାରେବି ଏହାର ଦାମ୍ କମ୍ । Ora R1 ନାମକ ଏହି କାରକୁ ଥରେ ଚାର୍ଜ କଲେ ୩୫୧ କିଲୋମିଟର ଯାତ୍ରା କରିହେବ । ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୬.୨ ଲକ୍ଷ ଟଙ୍କା । ଏଥିରେ ୩୫ କିଲୋଓ୍ୱାଟର ଇଲେକ୍ଟ୍ରିକ ମୋଟର ବ୍ୟବହାର କରାଯାଇଛି ।