Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପ୍ୟାକେଟ୍ ଅସଲି, ମାଲ୍ ନକଲି: ଶେଷରେ ହାଣ୍ଡିଶାଳରେ ପହଞ୍ଚିଲା ଭେଜାଲ ଲୁଣ…

17/07/2021 at 11:06 PM

ଭୁବନେଶ୍ଵର ୧୭।୦୭: ନକଲି, ନକଲି, ନକଲି… ସବୁ ନକଲି। କେତେବେଳେ ତେଲ ନକଲି, ତ ଆଉ କେତେବେଳେ ଔଷଧ ନକଲି, ପୁଣି କେତେବେଳେ ସର୍ପଠୁ ନେଇ ସିମେଣ୍ଟ ପର୍ଯ୍ୟନ୍ତ ଅନେକ ନକଲି ସାମଗ୍ରୀର କାରବାର ଉପରୁ ପରଦା ହଟି ସାରିଛି। ଏସବୁ ମଧ୍ୟରେ ଏବେ ହାଣ୍ଡିଶାଳରେ ଯାଇ ପହଞ୍ଚିଲା ଭେଜାଲ ଲୁଣ। କଣ ଆପଣ ନକଲି ଲୁଣ ଖାଉ ନାହାନ୍ତି ତ ? ଏହାର ଖୁଲାସା କରିଛି ଦିଲ୍ଲୀ ନର୍ଥ ଜିଲ୍ଲା ପୋଲିସ। ଶସ୍ତା ଲୁଣକୁ ନାମୀ କମ୍ପାନୀ ଟାଟାର ପ୍ୟାକିଂ କରି ଦିଲ୍ଲୀ ଓ ଏନସିଆରରେ ବିକ୍ରି କରାଯାଉଥିଲା। ପୋଲିସ ଏହି ଘଟଣାରେ ଫ୍ୟାକ୍ଟ୍ରିର ମାଲିକଙ୍କୁ ଗିରଫ କରିଛି। ଫ୍ୟାକ୍ଟ୍ରିରୁ ପୋଲିସ ୨୬୪୦ କିଲୋଗ୍ରାମର ଶସ୍ତା ଲୁଣ ଏବଂ ନାମୀ କମ୍ପାନୀର ନକଲି ପ୍ୟାକିଂ ସାମଗ୍ରୀ ଜବତ କରିଛି। ପୋଲିସ ଏହି ଧନ୍ଦାରେ ସଂପୃକ୍ତ ଅନ୍ୟ ଲୋକଙ୍କ ସନ୍ଧାନ କରୁଛି।

ଜିଲ୍ଲା ପୋଲିସ କମିଶନର ରାଜୀବ ରଞ୍ଜନ କହିଛନ୍ତି ଯେ, ଫ୍ୟାକ୍ଟ୍ରିର ମାଲିକ  ହେଉଛନ୍ତି ବରଓ୍ଵାଲା ନିବାସୀ ମହେଶ  ଓରଫ ଟୋନି(୩୩)। ମେସର୍ସ ଟାଟା କଞ୍ଜ୍ୟୁମର ପ୍ରଡକ୍ଟ୍‌ସ ଲିମିଟେଡ୍‌ ଦ୍ଵାରା ନିଯୁକ୍ତ ପ୍ରତିନିଧି ସଞ୍ଜୟ କୁମାର ଉତ୍ତର ପୋଲିସ ଜିଲ୍ଲାରେ ଶସ୍ତା ଲୁଣକୁ ଟାଟା କମ୍ପାନୀର ପ୍ୟାକିଂ କରି ବିକ୍ରି କରାଯାଉଥିବା ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ମାତ୍ରେ ପୋଲିସ ନୀରିକ୍ଷକ ଅରୁଣ ଦେବଙ୍କ ନେତୃତ୍ଵରେ ପୋଲିସ ଟିମ କେଉଁଠି ଏମିତି ନକଲି କାରବାର ଚାଲିଛି ତାର ସନ୍ଧାନ ଆରମ୍ଭ କରିଥିଲେ।

ପୋଲିସ ଜାଣିବାକୁ ପାଇଥିଲା ଯେ, ବରଓ୍ଵାଲ ଅଞ୍ଚଳରେ ନକଲି ଲୁଣ ଫ୍ୟାକ୍ଟ୍ରି ଚାଲିଛି। ପୋଲିସ ଦଳ ଶୁକ୍ରବାର ଉକ୍ତ ଫ୍ୟାକ୍ଟ୍ରି ଉପରେ ଚଢାଉ କରି ୨୬୪୦ କିଲୋଗ୍ରାମର ନିମ୍ନମାନର ଲୁଣ, ୧୩୨୦ କିଲୋଗ୍ରାମର ଟାଟା କମ୍ପାନୀର ପ୍ରିଣ୍ଟେଡ୍ ପ୍ଲାଷ୍ଟିକ ବ୍ୟାଗ୍, ଓଜନମପା  ଦୁଇଟି ମେସିନ, ଦୁଇଟି ପ୍ୟାକିଙ୍ଗ ମେସିନ ଓ ଗୋଟିଏ ସିଲେଇ ମେସିନ ଜବତ କରିଛି।

ଫ୍ୟାକ୍ଟ୍ରି ମାଲିକ ପଚରାଉଚୁରା ସମୟରେ ନିଜର ଦୋଷ ସ୍ଵୀକାର କରିଛନ୍ତି। ସେ କହିଛନ୍ତି ଯେ, ମାଷ୍ଟର ଜୀ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଭେଟ୍ ହୋଇଥିଲା। ମାଷ୍ଟର ଜୀ ନକଲି ଖାଦ୍ୟ ପଦାର୍ଥ ଧନ୍ଦାରେ ସାମିଲ ଥିଲା। ସେ ତାଙ୍କୁ ନକଲି ଲୁଣ କାରବାର ଆରମ୍ଭ କରିବାକୁ ଉସୁକାଇଥିଲା। ଗୋଟିଏ ବର୍ଷ ପରେ ମହେଶ ବରଓ୍ଵାଲା ଜୈନ କଲୋନୀରେ ଭଡାରେ ଏକ ଘର ନେଇ ନକଲି ଲୁଣ ଫ୍ୟାକ୍ଟ୍ରି ଆରମ୍ଭ କରିଥିଲେ। ଅଭିଯୁକ୍ତ ଟାଟା ଲୁଣର ନକଲି ପ୍ୟାକିଂରେ ନିମ୍ନମାନର ଲୁଣ ପ୍ୟାକ୍ କରି ବିକିବାରେ ଲାଗିଥିଲା।

   Related Posts