ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ ବାଇକ୍ : ଦାମ୍ ୨୦ ହଜାରରୁ ମଧ୍ୟ କମ୍, ଘରେ ବସି କରନ୍ତୁ ବୁକ୍

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ, ୧୬|୦୮:  ଶସ୍ତା ଫୋନ୍ ଓ ଏଲଇଡି ଟିଭି ପରେ ଡିଟେଲ୍ ଇଣ୍ଡିଆ ଏବେ ଇଲେକ୍ଟ୍ରିକ୍ ବାହାନ ଭାରତୀୟ ବଜାରରେ ଲଞ୍ଚ୍ କରିଛି । କୌଣସି ସ୍ଥାନକୁ ଯାତ୍ରା କଲେ କିମି ପିଛା ମାତ୍ର ୨୦ ପଇସା ଖର୍ଚ୍ଚ ହେବ ବୋଲି କମ୍ପାନୀ କହିଛି ।

ଏହି ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ନାଁ ହେଉଛି ଡିଟେଲ୍ ଇଜି । କମ୍ପାନୀ ଦାବି କରିଛି ଯେ, ଏହା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍ । ଏହି ବାଇକ୍ ତିନୋଟି କଲରରେ ଉପଲବ୍ଧ । ପର୍ଲ ହ୍ୱାଇଟ୍, ମେଟାଲିକ୍ ରେଡ୍ ଓ ଜେଣ୍ଟ୍ ବ୍ଲାକରେ ଏହି ଯାନ ଉପଲବ୍ଧ ।

{"id":315586,"sizeSlug":"large"}

ଏବେସୁଦ୍ଧା ଭାରତୀୟ ବଜାରରେ ଏହାଠୁ ଶସ୍ତା ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ନାହିଁ . ଏହାର ଦାମ୍ ରହିଛି ୧୯୯୯୯ ଟଙ୍କା । ଏହାକୁ କିଣିବା ସହ ଚଲାଇବାରେ ମଧ୍ୟ କମ୍ ଖର୍ଚ୍ଚ ହେବ ବୋଲି କମ୍ପାନୀ କହିଛି । ଏହାକୁ କମ୍ପାନୀର ଓ୍ୱେବସାଇଟରୁ କିଣିହେବ ।

ଏହାକୁ ଚଲାଇବା ପାଇଁ କୌଣସି ଲାଇସେନ୍ସ ଆବଶ୍ୟକ ନାହିଁ । ଏହାକୁ ରେଜିଷ୍ଟ୍ରେସନ ମଧ୍ୟ କରିବାକୁ ପଡିବ ନାହିଁ । ଏହାକୁ ଥରେ ଚାର୍ଚ୍ଚ କଲେ ଏହା ୬୦ କିମି ଯାଇପାରିବ । ଏହାର ସ୍ପିଡ ଘଣ୍ଟା ପ୍ରତି ୨୫ କିମି । ଏହା ମାତ୍ର ୮ ଘଣ୍ଟାରେ ଫୁଲ୍ ଚାର୍ଜ୍ଜ ହୋଇଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.