Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ମହାନଦୀର ଉପରମୁଣ୍ଡରେ ଅଧିକ ବ୍ୟାରେଜ୍ ନିର୍ମାଣ କରିବ ଛତିଶଗଡ଼

22/07/2019 at 10:54 AM

ଭୁବନେଶ୍ବର ୨୨/୭: ମହାନଦୀର ଉପରମୁଣ୍ଡରେ ଅଧିକ ବ୍ୟାରେଜ୍ ନିର୍ମାଣ କରିବ ଛତିଶଗଡ଼ । ମହାନଦୀ ଜଳକୁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଟେକି ଦେଇଥିବା ଛତିଶଗଡ଼ ସରକାର ଆହୁରି ୧୮୦୨ ପ୍ରକଳ୍ପ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ବର୍ଷାର ଲୁଚକାଳି ଯୋଗୁଁ ରାଜ୍ୟରେ ଏଥର ମରୁଡ଼ି ସ୍ଥିତି ଦେଖା ଦେଇଛି । ଠିକ୍ ଏତିକିବେଳେ  ତଳ ମୁଣ୍ଡରେ ମହାନଦୀ ପ୍ରତି ଅଧିକ ସଂକଟ ସୃଷ୍ଟି ହୋଇଛି।

ବର୍ଷାର ଲୁଚକାଳି ସାଙ୍ଗକୁ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ । ରାଜ୍ୟରେ ଏସନ ମରୁଡ଼ି ସ୍ଥିତି ଦେଖା ଦେଇଛି । ଆଉ ଠିକ୍ ଏତିକିବେଳେ ରାଜ୍ୟ ଲାଗି ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ୨୩୬୫ ପ୍ରକଳ୍ପ ନାଁରେ ମହାନଦୀ ଜଳକୁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଟେକି ଦେଇଥିବା ଛତିଶଗଡ଼ ସରକାର ଆହୁରି ୧୮୦୨ ପ୍ରକଳ୍ପ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ତଥ୍ୟ ରଖାଯାଇଛି । ତେବେ ଏହି ପ୍ରକଳ୍ପ ଗୁଡ଼ିକ ଲାଗି ମହାନଦୀ ଜଳକୁ ଭରପୁର ଶୋଷାଯିବାର ଆଶଙ୍କା ରହିଛି । ଉପର ମୁଣ୍ଡରେ ଅଧିକ ବ୍ୟାରେଜ ନିର୍ମାଣ କରିବାର ଯୋଜନା ରହିଛି । ମାନେ ଛତିଶଗଡ଼ର ବିଜେପି ସରକାର ଯେଉଁ ଆଭିମୁଖ୍ୟ ଦେଖାଇଥିଲେ, କଂଗ୍ରେସ ସରକାର ମଧ୍ୟ ସମାନ କାର୍ଯ୍ୟକୁ ଆଗକୁ ବଢାଇବେ ।  ଯାହାକୁ ନେଇ ଦେଖା ଦେଇଛି ଚିନ୍ତା । ଉପରମୁଣ୍ଡରେ ଯଦି ବନ୍ଧ ପରେ ବନ୍ଧ ନିର୍ମାଣ ହୁଏ ତାହାଲେ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀର ତଳ ମୁଣ୍ଡରେ ଜଳର ପରିମାଣ ଆହୁରି କମିଯିବ ।

ବିଶେଷକରି, ଅଣମୌସୁମୀ ସମୟରେ ହୀରକୁଦ ପରେ ପରେ ଏହା ନଦୀରେ ଜଳ କମ୍ ବରଂ ବାଲୁକାଶଯ୍ୟା ବେଶୀ ଭଳି ସ୍ଥିତି ଉତ୍ପନ୍ନ ହେବ । ଯାହା ରାଜ୍ୟର ଚାଷବାସକୁ ନାହିଁ ନ ଥିବା କ୍ଷତି କରିବ । ତେବେ ମୌସୁମୀ ସମୟରେ ଯଦି ଅଧିକ ବର୍ଷା ହେଲା ଆଉ ଛତିଶଗଡ଼ ବନ୍ଧ ଖୋଲିଦେଲା ତା ହେଲେ ଏଠି ବନ୍ୟା ହେବ । ଅର୍ଥାତ୍ ଛତିଶଗଡ଼ର ମନମାନି ଲାଗି ଓଡ଼ିଶା ମରୁଡ଼ି ବି ସହିବ ବନ୍ୟା ବି ସହିବ ।

ପୂର୍ବ ବିବାଦର ଏ ଯାଏଁ ସମାଧାନ ହୋଇନାହିଁ । ୱାଟର୍ ଟ୍ରିବ୍ୟୁନାଲରେ ମାମଲା ଗଡ଼ୁଛି । ହେଲେ ଏପଟେ ନୂଆ କାରସାଦି ଚଳାଇଛି ଛତିଶଗଡ଼ । ଏଭଳି ସ୍ଥିତିରେ ନୂଆ ବ୍ୟାରେଜ ନିର୍ମାଣ ହେବାକୁ ନ ଦେବା ଓ ପୁରୁଣାର ସମାଧାନ ଲାଗି ବଡ଼ ଧରଣର ରାଜନୈତିକ ହସ୍ତକ୍ଷେପର ଆବଶ୍ୟକତା ରହିଛି ।

   Related Posts