Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଜି ଛତିଶଗଡ ବିଧାନସଭା ନିର୍ବାଚନ

12/11/2018 at 11:24 AM

ଆଜି ଛତିଶଗଡ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ଆଜି ୧୮ଟି ମାଓ ପ୍ରଭାବିତ ବିଧାନସଭା  ନିର୍ବାଚନମଣ୍ଡଳୀ ପାଇଁ ଚାଲିଛି ମତଦାନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରାୟ ୧ ଲକ୍ଷ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ୧୨ଟି ହେଲିକପ୍ଟର ନିୟୋଜିତ କରାଯାଇଛି।ଡ୍ରୋନ କ୍ୟାମେରା ସାହାଯ୍ୟରେ ପୋଲିଂ ବୁଥ ଉପରେ ନଜର ରଖାଯାଉଛି। ଭୋଟରଙ୍କୁ ଆକର୍ଷିତ କରିବାପାଇଁ ନିର୍ବାଚନ କମିଶନ ପକ୍ଷରୁ ସଙ୍ଗୱାରି ବୁଥ ସ୍ଥାପନ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ବୁଥରେ ନିର୍ବାଚନ ଅଧିକାରୀଙ୍କଠୁ ଆରମ୍ଭ କରି ସୁରକ୍ଷାକର୍ମୀ ପର୍ଯ୍ୟନ୍ତ ସମସ୍ତେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। ଛତିଶଗଡର ୮ଟି ଜିଲ୍ଲାର ୧୮ଟି ନିର୍ବାଚନମଣ୍ଡଳୀରେ ଏଥର ମୋଟ ୧୯୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ମୋଟ ୩୧ଲକ୍ଷ ୭୯ ହଜାର ୫୨୦ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ପ୍ରଥମ ପର୍ଯ୍ୟାୟନ ନିର୍ବାଚନ ପାଇଁ ରାଜ୍ୟରେ ୪ ହଜାର ୩୩୬ ବୁଥ୍ ନିର୍ମାଣ କରାଯାଇଛି। କିଛି ଅଞ୍ଚଳରେ ସକାଳ ୭ଟାରୁ ଅପରାହ୍ନ ୩ଟା ଏବଂ ଆଉ କିଛି ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏ ମତଦାନ ଅନୁଷ୍ଠିତ ହେବ। ନଭେମ୍ବର ୩୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୭୨ଟି ନିର୍ବାଚନମଣ୍ଡଳୀ ଆସନ ପାଇଁ ରାଜ୍ୟବାସୀ ଦେବେ ଭୋଟ। ଡିସେମ୍ବର ୧୧ରେ ଭୋଟ ଗଣତି ହେବ।

   Related Posts