Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

କରୋନାରେ ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହୁଙ୍ଗାର ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ରହିଥିଲା ପୁରସ୍କାର ରାଶି

14/07/2021 at 2:28 PM

ଛତିଶଗଡ ୧୪/୦୭: ଛତିଶଗଡର ସୁକମା ମାଓ କ୍ୟାମ୍ପରେ ମାତିଲା ମହାମାରୀ । କରୋନାରେ ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହେମଲା ହୁଙ୍ଗାର ମୃତ୍ୟୁ । ମେ ୨୦୧୩ରେ ଜିରାମ ଘାଟିରେ କଂଗ୍ରେସ ନେତାଙ୍କ ହତ୍ୟା ମାମଲାରେ ହେମଲା ହୁଙ୍ଗା ଅଭିଯୁକ୍ତ ଥିଲା । ହୁଙ୍ଗା ଏପ୍ରିଲ ୨୦୧୯ ରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ମଧ୍ୟ ଥିଲା ।

ଦାନ୍ତେଓ୍ୱାଡା ପୋଲିସ୍ ଅଧିକ୍ଷକ ଅଭିଷେକ ପାଲ୍ଲାଭ କହିଛନ୍ତି ଯେ ହେମଲା ହୁଙ୍ଗା ୧୯୯୭ମସିହାରୁ ମାଓବାଦୀ କାର୍ଯ୍ୟକଳାପ ସହ ଜଡିତ ଥିଲା । ଏହାସହ ଦର୍ବା ବିଭାଗର କମାଣ୍ଡର ଥିଲା । ସୂଚନା ଅନୁଯାୟୀ ଜୁଲାଇ ୧୨ରେ ସୁକମା ଜିଲ୍ଲାରେ ୬୨ବର୍ଷୀୟ ହେମଲା ହୁଙ୍ଗାଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି । ହେମଲା ହୁଙ୍ଗା ଉପରେ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ଏଥିରୁ ଛତିଶଗଡ ପୋଲିସ ୧୦ଲକ୍ଷ ଟଙ୍କା ଓ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ପାଞ୍ଚ ଲକ୍ଷ ପୁରସ୍କାର ରାଶି ଘୋଷଣା ଥିଲା । ପୂର୍ବରୁ ସୂଚନା ଥିଲା କରୋନା ଛତିଶଗଡର ମାଓବାଦୀ କ୍ୟାମ୍ପରେ କାୟା ବିସ୍ତାର କରିବାରେ ଲାଗିଛି । ହେମଲା ହୁଙ୍ଗାଙ୍କ ସମେତ ଗତ ଏକ ମାସ ମଧ୍ୟରେ କରୋନା କାରଣରୁ ବସ୍ତରରେ ୬ ଜଣ ମାଓବାଦୀ ନେତାଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରେ ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ହରିଭୂଷଣ ଏବଂ ତାଙ୍କ ପତ୍ନୀ ଶାରଦା ରହିଛନ୍ତି । ସରକାର ଉଭୟଙ୍କୁ ୫୦ଲକ୍ଷ ପୁରସ୍କାର ପ୍ରଦାନ କରିଥିଲେ ।

   Related Posts