ନୂଆଦିଲ୍ଲୀ ୧୭/୦୨ : ଭାରତ ଇତିହାସରେ ଅନେକ ବୀର ପୁତ୍ର ଅଛନ୍ତି ଯାହାଙ୍କ ବଳିଦାନ ଦେଶ ପାଇଁ ସ୍ମରଣୀୟ। ଏମାନଙ୍କ ମଧ୍ୟରେ ଜଣେ ହେଲେ ଛତ୍ରପତି ଶିବାଜୀ ମହାରାଜ। ଛତ୍ରପତି ଶିବାଜୀ ଜଣେ ମହାନ ଦେଶଭକ୍ତ ଥିଲେ ଓ ଜଣେ କୁଶଳ ପ୍ରଶାସକ ମଧ୍ୟ। ୧୬୭୦ ରେ ମୁଗଲ ସେନା ସହ ସେ ଯୁଦ୍ଧ କରିଥିଲେ। ମୁଗଲଙ୍କୁ ପରାଜିତ କରି ସିଂହଗଡ ଦୁର୍ଗରେ ବିଜୟ ପତାକା ଉଡ଼ାଇଥିଲେ। ଏହାପରେ ୧୬୭୪ ମସିହାରେ ପଶ୍ଚିମ ଭାରତରେ ମରାଠା ସାମ୍ରାଜ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
{"id":410221,"width":562,"height":761,"sizeSlug":"large","linkDestination":"none"}ଛତ୍ରପତି ଶିବାଜୀ ୧୬୩୦ ମସିହା ଫେବୃଆରୀ ୧୯ ତାରିଖରେ ଶିବନେରୀ ଦୁର୍ଗରେ ଜନ୍ମ ହୋଇଥିଲେ। ଏଥର ଦେଶରେ ତାଙ୍କର ୩୯୧ତମ ଜୟନ୍ତୀ ପାଳନ ହେଉଛି। ଶିବାଜୀଙ୍କ ପିତା ଶାହଜୀ ଭୋସଲେ ସେନାରେ ସେନାପତି ଥିଲେ। ତାଙ୍କ ମାତା ଜିଜାବାଇ ଧାର୍ମିକ ସ୍ୱଭାବର ଥିଲେ। ପିଲାଦିନୁ ଶିବାଜୀ ଧାର୍ମିକ ଗ୍ରନ୍ଥ ଶୁଣି ଆସୁଥିଲେ। ସେଥିପାଇଁ ପିଲାଦିନୁ ହିଁ ତାଙ୍କ ମନରେ ଶାସକ ବର୍ଗଙ୍କ କ୍ରୁର ନୀତି ବିରୋଧରେ ଲଢ଼ିବାକୁ ନିଆଁ ଜାଗି ଉଠିଥିଲା।
{"id":410222,"sizeSlug":"large","linkDestination":"none"}ଶିବାଜୀ ଭାରତର ଜଣେ ମହାନ ଯୋଦ୍ଧା ଓ କୁଶଳ ରଣନୀତିଜ୍ଞ ଥିଲେ। ଶିବାଜୀ ଗରିଲ୍ଲା ଯୁଦ୍ଧର ଏକ ନୂଆ ଶୈଳୀ ବିକଶିତ କରିଥିଲେ। ସେ ନିଜ ରାଜକାର୍ଯ୍ୟରେ ଫରାସୀ ବଦଳରେ ମରାଠୀ ଓ ସଂସ୍କୃତକୁ ଅଧିକ ମହତ୍ତ୍ୱ ଦେଉଥିଲେ। ସେ ଅନେକ ବର୍ଷ ଯାଏଁ ମୁଗଲ ଶାସକ ଔରାଙ୍ଗଜେବଙ୍କ ସହ ଯୁଦ୍ଧ କରିଥିଲେ।
{"id":410225,"width":568,"height":342,"sizeSlug":"large","linkDestination":"none"}ପ୍ରଥମେ ୧୬୫୬-୫୭ ରେ ଶିବାଜୀ ଓ ମୁଗଲଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ସେ ମୁଗଲଙ୍କ ଅନେକ ସମ୍ପତ୍ତି ଓ ଶହ ଶହ ଘୋଡା କବଜା କରିନେଇଥିଲେ। ୧୬୮୦ ମସିହାରେ କୌଣସି ରୋଗ ଯୋଗୁଁ ନିଜ ରାଜଧାନୀ ରାଜଗଡ଼ରେ ଶିବାଜୀଙ୍କ ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ। ଏହାପରେ ଶିବାଜୀଙ୍କ ପୁତ୍ର ସଂଭାଜୀ ରାଜ୍ୟଭାର ସମ୍ଭାଳି ଥିଲେ।