ମହାନଦୀ ଜଳ ବିବାଦକୁ : ଓଡିଶାକୁ ବ୍ୟାକଫୁଟ ଠେଲିବାକୁ ଚେଷ୍ଟା କରିଛି ଛତିଶଗଡ଼

Published By : Prameya-News7 Bureau | September 20, 2019 IST

ଭୁବନେଶ୍ବର୨୦|୯: ମହାନଦୀ ଜଳ ବିବାଦକୁ ନେଇ ପୁଣି ​‌ତେଜିଲା ରାଜନୀତି । ଏହି ମାମଲା ଏବେ ଏକକ ଟ୍ରିବ୍ୟୁନାଲରେ ବିଚାରଧୀନ ରହିଥିବା ବେଳେ ଉଭୟ ଛତିଶଗଡ଼ ଓ ଓଡ଼ିଶା ନିଜ ନିଜ ପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି ।  ତେବେ ଏଥର ଛତିଶଗଡ ପୁରୁଣା ତଥ୍ୟ ଉଖାରି ନୂଆ ଢ଼ଙ୍ଗରେ ଉପସ୍ଥାପନ କରିଛି।  ଓଡିଶାକୁ ବ୍ୟାକଫୁଟ ଠେଲିବାକୁ ଚେଷ୍ଟା କରିଛି ଛତିଶଗଡ଼ । ଛତିଶଗଡର ଏଭଳି ଚାଲକୁ ନେଇ ବିରୋଧୀ ବି ସରକାରଙ୍କ ଉପରେ ଜବାବୀ ହମଲା କରିଛନ୍ତି। ….    ​‌

{"id":160412}

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶାକୁ କଣ ଠେସା କରିବାକୁ ଛତିଶଗଡର ଚେଷ୍ଟା । ଛତିଶଗଡ଼ ଅଭିଯୋଗ କରିଛି ଯେ ହୀରାକୁଦ ଡ୍ୟାମ ଯୋଗୁଁ ଛତିଶଗଡ ବେଶୀ କ୍ଷତିଗ୍ରସ୍ତ ହେଉଛି । ଛତିଶଗଡ଼ର ଚାଷ ଜମି ବହୁ ମାତ୍ରାରେ ବୁଡିଛି । ଏଥିପାଇଁ ଓଡିଶା ସରକାର ଛତିଶଗଡକୁ କ୍ଷତିପୂରଣ ଦେଇନାହାନ୍ତି । ମହାନଦୀ ତଳ ମୁଣ୍ତରେ ଟିକରପଡା ଓ ନରାଜ ଠାରେ ଡ୍ୟାମ ନିର୍ମାଣ କରିବାକୁ ପ୍ରସ୍ତାବ ଥିଲା।

{"id":160413}

ହେଲେ ହାରୀକୁଦ ଡ୍ୟାମ ହୋଇସାରିବା ପରେ ଓଡିଶା ସରକାର ବାକି ଦୁଇଟି ଡ୍ୟାମ କରିବାକୁ ଭୁଲି ଯାଇଛନ୍ତି । ସେହିଭଳି ହୀରକୁଦ ଡ୍ୟାମରେ ଜଳସ୍ତର ୬୨୫ଫୁଟ ରଖିବାକୁ ପ୍ରସ୍ତାବ ଥିଲା କିନ୍ତୁ ଏବେ ୬୩୧ଫୁଟ ଜଳ ମହଜୁଦ ରଖାଯାଉଛି। ହେଲେ ଏନେଇ  ଓଡିଶା ସରକାର ଛତିଶଗଡକୁ ଅବଗତ କରାଇନାହାନ୍ତି।

{"id":160414}

ସେହଭଳି ହୀରାକୁଦ ଡ୍ୟାମରୁ ଉତ୍ପାଦିତ ବିଦ୍ୟୁତରୁ ଛତିଶଗଡ ତାର ଭାଗ ପାଉନାହିଁ ବୋଲି ଛତିଶଗଡ ସରକାର ଟ୍ରିବ୍ୟୁନାଲରେ ଅଭିଯୋଗର ଲମ୍ବା ତାଲିକା ରଖିଛନ୍ତି। ଛତିଶଗଡ଼ର ଏଭଳି ଲମ୍ବା ଅଭିଯୋଗକୁ ଗଣ୍ଠି ପକାଇ ବିରୋଧୀ ଏବେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

{"id":160415}

ଏକକ ଟ୍ରିବ୍ୟୁନାଲରେ ଏଭେ ମହାନଦୀକୁ ଜଳ ବିବାଦ ଗଡୁଛି। ଛତିଶଗଡ଼ ସରକାର ତାଙ୍କ ପକ୍ଷକୁ ମଜଭୁତ କରିବା ଲାଗି ଚେଷ୍ଟା କରୁଛନ୍ତି । ଓଡିଶା ସରକାର ଟ୍ରିବ୍ୟୁନାଲରେ ଏହାର ଜବାବ ରଖିବେ ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି।

{"id":160416}

୨୦୧୯ ନିର୍ବାଚନ ପୂର୍ବରୁ ଛତିଶଗଡ ଓ ଓଡିଶା ଭିତରେ ମହାନଦୀ ପାଣିକୁ ଖୁବ  ରାଜନୀତି ହୋଇସାରିଲାଣି। ଏବେ ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି । ସବୁ ନିର୍ଭର କରୁଛି କେଉଁ ରାଜ୍ୟ ବଳିଷ୍ଠ ତଥ୍ୟ ଉପସ୍ଥାପନ ।

{"id":160417}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.