Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କାହିଁକି ନିର୍ବାଚନ ଜିତିଲେ ଜୋ ବାଇଡେନ୍, କଣ ରହିଥିଲା ତାଙ୍କର ରଣନୀତି, କରୋନା ଭିତରେ କେମିତି ଭୋଟରଙ୍କୁ ପ୍ରଭାବିତ କଲେ ଜାଣନ୍ତୁ …

23/01/2021 at 9:37 AM

ନୂଆଦିଲ୍ଲୀ, ୨୩/୦୧: ଆମେରିକା ବିଶ୍ୱର ଏକ ପ୍ରମୁଖ ଦେଶ ଏବଂ ଏହାର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ଗତ କିଛି ମାସ ପୂର୍ବରୁ ଏଠାରେ ୨୦୨୦ ନର୍ବାଚନ ହୋଇଥିଲା । କରୋନା ମହାମାରୀ ଭିତରେ ଏବଂ ଭୟର ବାତାବରଣ ମଧ୍ୟରେ ଏହା ଅନୁଷ୍ଠିତ ହୋଇଥିଲା । ପୂର୍ବ ନିର୍ବାଚନଗୁଡ଼ିକର ପ୍ରଚାର ଭଳି ଏଥର ପ୍ରଚାରରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିଥିଲା । ଏଥିରେ ଡିଜିଟାଲ୍ ପ୍ରଚାର ଅଭିଯାନ ବିସ୍ତୃତ ଭାବେ ଦେଖିବାକୁ ମିଳିଥିଲା ।

ଜୋ ବାଇଡେନ୍ ଭୋଟରମାନଙ୍କ ପାଖରେ ପହଞ୍ଚିବା ପାଇଁ ଡିଜିଟାଲ୍ ପ୍ରଚାର ବୃହତ୍ତର ମାଧ୍ୟମ ପାଲଟି ଥିଲା । ଫେସ୍ବୁକ୍ ର ମେସେଞ୍ଜର କୁ ବ୍ୟବହାର କରି ଆରଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସାହାର୍ଯ୍ୟରେ ସେ ଲୋକଙ୍କ ପାଖରେ ପହଞ୍ଚିବା ସହିତ ତାଙ୍କ ସହ କଥା ମଧ୍ୟ ହୋଇ ପାରିଥିଲେ । ଏହି ସିଷ୍ଟମକୁ ବାଇଡେନଙ୍କ ପାଇଁ କିଲିଫର୍ଣ୍ଣିଆର ଆମ୍ପ୍ଲିଫାଇ.ଏଆଇ ବିକଶିତ କରିଥିଲା । ଏନେଇ ଆମ୍ପ୍ଲିଫାଇର ସିଏମ୍ଓ ଜନ୍ ଏମ୍ସିକ୍ରିଆ କହିଛନ୍ତି ଯେ, ବାଇଡେନଙ୍କ ପ୍ରଚାର ତାଙ୍କ ପାଇଁ ପଞ୍ଚମ ଆମେରିକୀୟ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି କ୍ୟାମ୍ପେନ୍ । ଏଥିରେ ସେ ଡିଜିଟାଲ୍ ଚାଟ୍ବଟ୍ର ବ୍ୟବହାର କରିଛନ୍ତି ।

ଡିଜିଟାଲ୍ ଚାଟ୍‌ର ଏ ହେଉଛି ଏକ ଅପ୍ରାକୃତ ବାର୍ତ୍ତାଳାପ । ଯେଉଁଥିରେ ଆଧୁନିକ ଟେକ୍ନୋଲୋଜି ସାହାର୍ଯ୍ୟରେ ଜଣେ ବ୍ୟକ୍ତି ସହ କମ୍ପ୍ୟୁଟର ଆପେ ଆପେ ଚାଟ୍ କରିପାରିବ । କମ୍ପ୍ୟୁଟର, ବ୍ୟକ୍ତି ଜଣଙ୍କର ଚାଟ୍‌ର ଭାଷାକୁ ପଢ଼ି ତାହାର ଉତ୍ତର ଏଥିରେ ଦେଇଥାଏ । ଏହା ଏତେ ନିର୍ଭୁଲ ଭାବେ ଚାଟ୍ କରିଥାଏ ଯେ, ଏଥିରୁ ବ୍ୟକ୍ତି ଜଣକ କାହା ସହ କଥା ହେଉଛନ୍ତି ଜାଣି ପାରନ୍ତି ନାହିଁ ।

ଆମେରିକାର ଭୋଟର ଏବଂ ଏଆଇ ମଧ୍ୟରେ ଅନେକ ଥର କଥାବାର୍ତ୍ତା ହୋଇଛି । ଏହି ଏଆଇର ଆଇଡି ଜୋ ବାଇଡେନ୍‌ଙ୍କ ନାମରେ ରହିଥିଲା । ଯାହାକି ଲୋକଙ୍କ ସହ ଆରାମରେ କଥାବାର୍ତ୍ତା ହୋଇଥିଲା । ଭୋଟର ବାଇଡେନ୍‌ଙ୍କ ସହ କଥା ହେଉଛନ୍ତି ବୋଲି ଭାବୁଥିଲେ । କିନ୍ତୁ ସନ୍ଦେହ ହେଲେ ସେମାନେ ଏହା ବଟ୍ କି? ପ୍ରଶ୍ନ କରୁଥିଲେ । ଏହାର ଉତ୍ତରରେ ତାଙ୍କୁ ସତ୍ୟ ଜଣାଇ ଚାଟ୍ବଟ୍ କଥାବାର୍ତ୍ତା ବନ୍ଦ କରିଦେଉଥିଲା । ଏହି ପରିସ୍ଥିତି ଖୁବ୍ କମ୍ ଆସିଥିବା ଜନ୍ କହିଛନ୍ତି । ତେବେ ଏହି ଟେକ୍ନୋଲୋଜି ବାଇଡେନ୍‌ଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାରେ ବେଶ୍ ସହାୟକ ହୋଇଥିଲା ।

   Related Posts