Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ବିନା ଗ୍ୟାରେଣ୍ଟିରେ ମିଳିବ ୧୦ହଜାର ଟଙ୍କାର ଲୋନ୍ : ଜାଣନ୍ତୁ ଏହାର ଉପାୟ

27/10/2020 at 1:39 PM

ନୂଆଦିଲ୍ଲୀ ୨୭/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶର ‘ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା’ର ଲାଭାର୍ଥୀଙ୍କୁ ଖବର ଦେଇଛନ୍ତି। ଏହି ଯୋଜନା ଠେଲା ଦୋକାନ ଚଳାଇ ନିଜ ଗୁଜରାଣ ମେଣ୍ଟାଉଥିବା ଲୋକଙ୍କ ପାଇଁ ଖୁବ୍ ସହାୟକ ହେବ। କରୋନା କାଳରେ ରାସ୍ତା କଡ଼ରେ ଫୁଟପାଥରେ ଏବଂ ​‌ଠେଲା ଜିନିଷ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତିଙ୍କ ଉପରେ ଅନେକ ପ୍ରଭାବ ପଡ଼ିଛି। ଏପରି କ୍ଷେତ୍ରରେ ସରକାର ଏହି ଠେଲାଦୋକାନୀମାନଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବାକୁ ଲୋନ ଦେଉଛି। ଏହି ଲୋନ୍ କମ୍ ଦାମରେ ମିଳୁଛି। ସରକାରଙ୍କ ଏହି ଲୋନ୍ ସ୍କିମର ନାଁ ପିଏମ୍ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି(ପିଏମ୍ ସ୍ବନିଧି) ରଖାଯାଇଛି।

ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯେ ରାସ୍ତା କଡ଼ରେ ଠେଲା ଲଗାଇ ଜିନିଷ ବିକୁଥିବା ଦୋକାନୀଙ୍କୁ ଏହି ସ୍କିମରୁ ଲାଭ ମିଳୁ ଏବଂ ପୁଣି ଥରେ ନିଜ ଛୋଟ ବ୍ୟବସାୟକୁ ଆରମ୍ଭ କରିପାରନ୍ତୁ। ଶସ୍ତା ଦରରେ ମିଳୁଥିବା ଏହି ସରକାରୀ ଲୋନ୍‌ର ସ୍କିମକୁ ୨୦୨୦ମସିହା ଜୁନ୍‌ରେ ଲଞ୍ଚ କରାଯାଇଥିଲା। ଏହାର ବିଶେଷତ୍ବ ହେଉଛି ଯେ ଏହା ଅନୁସାରେ ବଣ୍ଟା ଯାଇଥିବା ଲୋନ୍ ପାଇଁ କୌଣସି ପ୍ରକାରର ଗ୍ୟାରେଣ୍ଟି ନିଆଯାଇନଥାଏ।

ଏହି ସ୍କିମ୍ ଅନୁସାରେ ଠେଲା ଦୋକାନୀଙ୍କୁ ୧୦ହଜାର ଟଙ୍କାର କରଜ ଦିଆଯାଇଥାଏ। ଏହା ଦ୍ବାରା ସେମାନଙ୍କୁ ପୁଣି ଥରେ ନିଜ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ ମିଳିପାରିବ। ଏହା ଜରିଆରେ ଠେଲା ଦୋକାନୀ,ମୋଚି,ପାନ ଦୋକାନୀ,ଲଣ୍ଡ୍ରି ସେବାକୁ ସମାହିତ କରାଯାଇଛି। ଏଥିରେ ଠେଲାରେ ପରିବା ଦୋକାନୀ,ଫଳ ଦୋକାନୀ,ଚାଦୋକାନୀ,ପକୁଡ଼ି ଦୋକାନୀ,ବ୍ରେଡ ଦୋକାନୀ,ଅଣ୍ଡା ଦୋକାନୀ,ଲୁଗା ଦୋକାନୀ,ହସ୍ତତନ୍ତ ଦୋକାନୀ ଏବଂ ବହି-ଖାତା ଦୋକାନୀ ସାମିଲ ଅଛନ୍ତି।

କିପରି ମିଳିବ ୧୦ହଜାର ଟଙ୍କାର ଲୋନ୍ ?

– ଦୋକାନୀଙ୍କୁ ସର୍ବପ୍ରଥମେ ସରକାରୀ ସ୍କିମର ଅଫିସିଆଲ୍ ଓ୍ବେବସାଇଟ୍ http://pmsvanidhi.mohua.gov.in/ ରେ ଯିବାକୁ ପଡ଼ିବ।

–  ଓ୍ବେବସାଇଟ୍ ପୂର୍ବରୁ ପେଜ୍ ପ୍ଲାନିଂ ଟୁ ଆପ୍ଲାଇ ଫର ଲୋନ୍?ର ଅପସନ୍ ଦେଖାଯିବ।

– ଏହାକୁ ଆବେଦକଙ୍କୁ ଧ୍ୟାନ ସହକାରେ ପଢ଼ିବାକୁ ହେବ। ଏହା ପରେ ଭ୍ୟୁ ମୋର୍ ଅପସନରେ କ୍ଳିକ୍ କରିବାକୁ ପଡ଼ିବ।

– ଏହା ପରେ ଆବେଦକଙ୍କୁ ଭ୍ୟୁ ଡାଉନଲୋଡ ଫର୍ମ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଯାହା ପରେ ଲୋନ୍ ସ୍କିମ୍ ପାଇଁ ଫର୍ମ ଖୋଲିଯିବ।

– ଏହାକୁ ଡାଉନଲୋଡ କରିବା ପରେ ଏହାକୁ ଭରନ୍ତୁ ଏବଂ ସମସ୍ତ ଜରୁରୀ କାଗଜପତ୍ର ସହ ଏହାକୁ ସରକାର ଦ୍ବାରା ଅଧିକୃତ ଅଫିସ​‌ରେ ଜମା କରିବାକୁ ହେବ।

ଓ୍ବେବସାଇଟ୍ https://pmsvanidhi.mohua.gov.in/Home/PreApplication  ର ଜେରେ ଦିଆଯାଇଥିବା ଲେଣ୍ଡର୍ସ ଲିଷ୍ଟ୍ ଅପ୍ସନରେ କ୍ଲିକ୍ କରି ପାଇ ପାରିବେ।

   Related Posts