Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କୋଭିଡ଼ କଟକଣା ଲାଗି ନିରାଡମ୍ବରରେ ଛଠ୍ ପର୍ବ ପାଳିତ

21/11/2020 at 8:56 AM

ରାଇରଙ୍ଗପୁର ୨୧।୧୧ : ଆସ୍ଥା ଓ ବିଶ୍ୱାସର ପର୍ବ ଛଠ ପୂଜା । ବିହାରୀ ସମ୍ପ୍ରଦାୟର ମୁଖ୍ୟ ଓ ସିପ୍ରମୁଖ ପର୍ବ। ଏହି ପର୍ବକୁ ରୀତିନୀତି ଓ ନିଷ୍ଠାର ସହିତ ପାଳନ କରିଥାନ୍ତି ଛଠ୍‌ ବ୍ରତ ଧାରୀ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀରୁ ଆରମ୍ଭ ହୋଇ ସପ୍ତମୀ ପର୍ଯ୍ୟନ୍ତ ଚାଲିଥାଏ ଏହି ପର୍ବ ।ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ଥିତ ଖଡଖାଇ ନଦୀ କୂଳରେ ବିହାରୀ ସମ୍ପ୍ରଦାୟର ଲୋକେ ପାଳନ କରିଛନ୍ତି ଛଠ ପର୍ବ।

ତେବେ ୧୯୯୪ ମସିହାରୁ ଛଟ ପୂଜା କମିଟି ମାଧ୍ୟମରେ ଧୁମଧାମରେ ଚାଲି ଆସୁଥିବା ଏହି ପୂଜା ଚଳିତବର୍ଷ କୋଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବରେ ପାଳନ ହୋଇଛି। ଖଡ଼ଖାଇ ନଦୀ କୂଳରେ ଅନ୍ୟବର୍ଷ ପରି ଭିଡ଼ ଦେଖିବାକୁ ମିଳି ନ ଥିଲା। ଗତକାଲି ଅସ୍ତ ଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ କିନ୍ତୁ ରାତି ସାରା ଅଦିନିଆ ବର୍ଷା ଯୋଗୁଁ ସକାଳେ ସୂର୍ଯ୍ୟଙ୍କ ଦର୍ଶନ ନପାଇ ଶ୍ରଦ୍ଧାଳୁ ନିରାଶ ହୋଇ ଥିଲେ। ତେବେ କୋହଲା ପାଗ ସତ୍ତ୍ୱେ ବ୍ରତଧାରୀ ନଦୀ କୁଳରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ନିଜ ନିଜ ର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଛନ୍ତି। ଏହି ପବିତ୍ର ଦିନରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କଲେ ଛଠ ମାତା ପ୍ରସନ୍ନ ହୋଇ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

   Related Posts