Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋସିଆଲ୍ ମିଡିଆରେ ନିଜର ଅନ୍ତରଙ୍ଗ ଫଟୋ ସେୟାର କରି ଟ୍ରୋଲ୍ ହେଲେ ରାଜୀବ ସେନ୍ ଏବଂ ତାଙ୍କ ପତ୍ନୀ : ପ୍ରଥମ ଥର ନିଜ ମୁହଁ ଖୋଲିଲେ ଚାରୁ

29/05/2020 at 4:31 PM

ମୁମ୍ବାଇ ୨୯/୫: ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ୍ ଏବଂ ତାଙ୍କ ପତ୍ନୀ ଚାରୁ ଅସୋପା କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ଚାରୁ ଅସୋପା ଏବଂ ରାଜୀବ ସେନଙ୍କ ଅନ୍ତରଙ୍ଗ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। କିଛି ଦିନ ତଳେ ରାଜୀବ ସେନ ନିଜର କିଛି ରୋମାଣ୍ଟିକ୍ ଫଟୋ ସେୟାର କରିଥିଲେ ଯାହା ସାମନାକୁ ଆସିବା ପରେ ଲୋକେ ଏହି ଦମ୍ପତ୍ତିଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ। କେବଳ ଏତିକି ନୁହେଁ ବରଂ ଲୋକେ ଏହି ଫଟୋରେ ଅଶ୍ଳୀଳ କମେଣ୍ଟ ଦେବା ଆରମ୍ଭ କରି ଦେଇଥିଲେ।

ଏହି ଘଟଣାରେ ଚାରୁ ଅସୋପା ନିଜ ମୁହଁ ଖୋଲିଛନ୍ତି। ଚାରୁ ଅସୋପା କହିଛନ୍ତି ଯେ,‘ସେମାନେ ସ୍ବାମୀ ସ୍ତ୍ରୀ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପୂର୍ବରୁ ପରସ୍ପରର ପରାମର୍ଶ ନିଅନ୍ତି ନାହିଁ। ସେମାନଙ୍କୁ ଯାହା ଭଲ ଲାଗେ ସେମାନେ ତାହା କରନ୍ତି। ଏହି ଅନ୍ତରଙ୍ଗ ଫଟୋ ସେୟାର କରିବା ପରେ ସେମାନେ ଜାଣି ପାରିଥିଲେ ଯେ ଲୋକେ ସେମାନଙ୍କୁ ଟ୍ରୋଲ୍ କରିଛନ୍ତି।

ଲୋକଙ୍କ ଅସନ୍ତୋଷ ଦେଖି ସେ ରାଜୀବଙ୍କୁ କହିଥିଲେ ଯେ ସେ ତାଙ୍କୁ ମନା କରିଥିଲେ ଏପରି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ। ଏବେ ଏହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ୁଛି। ଏହା ପରେ ସେମାନେ ଏଗୁଡ଼ିକୁ ନଜର ଅନ୍ଦାଜ କରିବା ଆରମ୍ଭ କରି ଦେଇଥିଲେ। ତାଙ୍କୁ ଲାଗୁଛି ଯେ ଲୋକଙ୍କ ପ୍ରତି କଥାର ଜବାବ ଦେବା ଜରୁରୀ ନୁହେଁ।

   Related Posts