Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଜୋରସୋରରେ ଚାଲିଛି ରଥକାମ : ଶୀତଳଷଷ୍ଠୀ ପୂର୍ବରୁ ୩ ରଥର ୪୨ଟି ଚକ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ

17/05/2020 at 4:34 PM

ପୁରୀ ୧୭।୦୫: ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି। ଏବେ ୩ ରଥର ଚକ, ଅଖ, ପଇ, ଅର ଇତ୍ୟାଦି ନିର୍ମାଣ କାର୍ଯ୍ୟ କରୁଛନ୍ତି ବିଶ୍ୱକର୍ମା ମହାରଣା ମାନେ। ଭୋଇ ସେବାୟତ ମାନେ ରଥର ତୁମ୍ୱ ଗୁଡ଼ିକରେ ଅର ଲଗାଇବା କାର୍ଯ୍ୟ କରୁଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଭୋଇ ସେବାୟତ ମାନେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଓ ରଥଚକ ନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି।

ଆସନ୍ତା ଶୀତଳଷଷ୍ଠୀ ପୂର୍ବରୁ ସମସ୍ତ ୩ ରଥର ୪୨ ଟି ଚକ କାର୍ଯ୍ୟ ଶେଷ କରିବା ପାଇଁ ଲାଗିଛନ୍ତି ବିଶ୍ୱକର୍ମା ମହାରଣା। ଏପଟେ ବାତ୍ୟାକୁ ଦୃଷ୍ଟିରେ ରଖି ରଥଖଳାରେ ତାରପୋଲିନ୍ ଲଗାଯାଇ ରଥକାମ ସୁରକ୍ଷିତ କରାଯାଉଛି। ସେହିପରି ର‌ତଖଳାରେ ବର୍ଷାଜଳ ନପଶିବା ପାଇଁ ଚତୁପାର୍ଶ୍ୱରେ ସିମେଣ୍ଟ ଓ ବାଲି ବନ୍ଧ ଦିଆଯାଇଛି। କରୋନା ସତର୍କତା ପାଇଁ ୧୮୮ ଜଣ ରଥନିର୍ମାଣରେ ନିୟୋଜିତ ସେବାୟତଙ୍କ କରୋନା ଟେଷ୍ଟ କରାଯାଇଛି। ସେମାନଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି।  

   Related Posts