ପୁରୀ୨୬/୪: ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ପହଁଞ୍ଚିଲା ଅଷ୍ଟମ ପର୍ଯ୍ୟାୟର ରଥକାଠ। କରୋନାର ଅନେକ କଟକଣା ଭିତରେ ବୈ।ଦ ବନଖଣ୍ଡର ଶଗଡା ଓ ମନମୁଣ୍ଡାରୁ ଆଜି ୨୦ ଖଣ୍ଡ କାଠ ପହଞ୍ଚିଛି। ୩ ଖଣ୍ଡ ଧଉରା ଏବଂ ୧୭ ଖଣ୍ଡ ଫାଶୀ କାଠ ପହଁଛି। ପରେ ତାକୁ ରଥ ଖଳାରେ ରଖାଯାଇଥିଲା। ରାମ ନବମୀ, କଟକ ଖପୁରିଆ ସ୍ ମିଲରେ କାଠ ଚିରଟ କରାଯାଇଥିବା ଵେଳେ ଶ୍ରୀ ମନ୍ଦିର ଭିତରେ ପବିତ୍ର ରଥ ନିର୍ମାଣ ଅନୁକୂଳ ଅନୁଷ୍ଠିତ ହୋଇଛି।
ରଥନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ। ସେଥିରୁ ୧୯୩ କାଠ ବଳକା ରହିଥିବାବେଳେ ପ୍ରାୟ ୩୦୦ କାଠ ପ୍ରାୟ ଆସିଛି ବୋଲି ବରିଷ୍ଠ ତତ୍ତ୍ବାବଧାରକ ସୂଚନା ପ୍ରଦାନ କରିଛନ୍ତି