Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବିଶ୍ବର ସବୁଠୁ ବଡ ରଥ ଭାବେ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ

1/01/2019 at 3:42 PM

କେନ୍ଦୁଝର ୦୧|୦୧: ଗ୍ଲୋବାଲ ରେକର୍ଡସ୍ ଏସିଆ ପେସିଫିକ୍ ରେକର୍ଡସ୍ ଆଣ୍ଡ ଇଣ୍ଡିଆସ୍ ନ୍ୟାସନାଲ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝର ବଳଦେବଜୀଉଙ୍କ ରଥ । ବିଶ୍ବର ସବୁଠାରୁ ବଡ ରଥ ଭାବେ ବଳଦେବଜୀଉଙ୍କ ରଥକୁ ଗ୍ଲୋବାଲ ରେକର୍ଡସ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି । ଏହା ସହ ଏହି ରଥ ପୁରୀର ୩ଟି ଯାକ ରଥଠାରୁ ମଧ୍ୟ ଉଚ୍ଚତମ ବୋଲି ସଂସ୍ଥା କହିଛି । ଏ ନେଇ ଇ-ମେଲ ଯୋଗେ ଏହି ଘୋଷଣା ନାମା ଜିଲ୍ଲା ପ୍ରଶାସନ ପାଖକୁ ପଠାଇଛି ଜିଆରଆରଏଫ ।

ଆଗାମୀ ଦିନରେ ଗ୍ରୀନସ ବୁକ ଅଫ୍ ଓ୍ବାଲ୍ଡ ରେକର୍ଡ ପାଇଁ ମଧ୍ୟ ପ୍ରୟାସ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କେନ୍ଦୁଝର ରଥକୁ ଗବେଷକମାନେ ପୃଥିବୀର ବା ବିଶ୍ବର ସବୁଠାରୁ ଉଚ୍ଚ ରଥ ବୋଲି ଦାବି କରିବା ସହ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ବିଶ୍ବର ସର୍ବ ବୃହତ୍ ରଥ ଭାବରେ ବିଭିନ୍ନ ରେକର୍ଡ ବହିରେ ତାଲିକାଭୁକ୍ତ କରିବାକୁ ଆବେଦନ କରାଯାଇଥିଲା ।

   Related Posts