Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଜଗନ୍ନାଥ ପ୍ରେମରେ ବିଭୋର ବାଳକ, ଅଦରକାରୀ ଜିନିଷରେ ତିଆରି କଲେ ଅଢେଇ ଫୁଟ ଉଚ୍ଚତାର ରଥ

12/07/2021 at 5:55 PM

ବରଗଡ ୧୨।୭: ଆଜି ପବିତ୍ର ରଥଯାତ୍ରା । ବିଶ୍ବ ନିୟନ୍ତା କାଳିଆ ଠାକୁର ଭକ୍ତଙ୍କୁ ଭେଟିବା ପାଇଁ ଚାଲି ଆସନ୍ତି ବଡ ଦାଣ୍ଡକୁ । ନନ୍ଦିଘୋଷ ରଥରେ ବସି କୋଟି କୋଟି ଭକ୍ତଙ୍କ ଗୁହାରି ଶୁଣିଥାନ୍ତି । କରୋନା ମହାମାରୀ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସୃଷ୍ଟି କରିଥିଲେ ହେଁ ଭଗବାନଙ୍କ ପ୍ରତି ପ୍ରଗାଢ ଭକ୍ତି କିଛି ନୂଆ କରି ଦେଖାଇଥାଏ । ଏପରି ଏକ ବାଳକର ପ୍ରଗାଢ ଭକ୍ତି ସୃଷ୍ଟି କରିଛି ନନ୍ଦିଘୋଷ ରଥ ।

ପୁରୀର ନନ୍ଦିଘୋଷ ପରି ରଥର ଅବିକଳ ରଥ ତିଆରି କରିଛନ୍ତି ୧୩ ବର୍ଷୀୟ ବାଳକ ଆଦର୍ଶ କୁମାର ସରାପ । ବରଗଡ଼ ସହର ଶକ୍ତି ନଗର ଥରେ ରହୁଥିବା ଆଦର୍ଶ ପେପର ବୋର୍ଡ, ରଙ୍ଗୀନ କାଗଜ, ଅଦରକାରୀ ସାମଗ୍ରୀ ଓ ରଙ୍ଗରେ ତିଆରି କରିଛନ୍ତି ରଥ । ବୋର୍ଡ଼ରେ ତିଆରି ରଥର ଉଚ୍ଚତା ରହିଛି ଅଢେଇ ଫୁଟ । ତିନି ଠାକୁରଙ୍କୁ ଏହି ଅଢେଇ ଫୁଟ ରଥରେ ବିଜେ କରି ନିଜ ସପରିବାର  ରଥ ଟାଣି ଜଗନ୍ନାଥଙ୍କ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ।

ଈଶ୍ବର ବିଶ୍ଵାସୀ ଆଦର୍ଶ ପିଲାବେଳୁ ଏପରି ବୋର୍ଡ, ରଙ୍ଗତୁଳୀ ଧରି ବିଭିନ୍ନ ଜିନିଷ ତିଆରି କରୁଥିଲେ । ଏହାକୁ ଦେଖି ତାଙ୍କର ଜେଜେବାପା ପ୍ରେରଣା ଦେଇଥିଲେ ରଥ ନିର୍ମାଣ ପାଇଁ । ଗତ ଏକ ମାସ ଧରି ଏହାର ନିର୍ମାଣରେ ଲାଗିଥିଲେ ଆଦର୍ଶ । ଏହାର ନିର୍ମାଣରେ ସମ୍ପୂର୍ଣ୍ଣ ପରିବାର ସହଯୋଗ କରିଛନ୍ତି । ୮ ମାସ ତଳେ ତାଙ୍କ ଜେଜେବାପାଙ୍କ ଦେହାନ୍ତ ହୋଇସାରିଛି ମାତ୍ର ତାଙ୍କଠାରୁ ପାଇଥିବା ପ୍ରେରଣା ପାଇ ସେ ଏତେ ଆଗକୁ ଆସିବ ସହ ସଫଳତା ପାଇଥିବା କହିଛନ୍ତି ଆଦର୍ଶ ।

ବାପା ବିଜୟ ସରାପ, ମା’ ସସ୍ମିତା, ସାନ ଭାଇ ଆଦିତ୍ୟ, ଦାଦା, ଖୁଡି ଭାଇ ଭଉଣୀ ରହିଥିବା ବେଳେ ଆଦର୍ଶଙ୍କ ଏହି ପ୍ରୟାସ ଆଗକୁ ଆହୁରି ସଫଳତା ଆଣିଦେବ । ତାସହିତ କୁନି କୁନି ପିଲାଙ୍କ ମନରେ ଈଶ୍ବର ବିଶ୍ବାସର ଅଙ୍କୁରାରୋପଣ କରିଛି ଏହା ନିଃସନ୍ଦେହ ।

   Related Posts