ପହଞ୍ଚିଲା ଆଜ୍ଞାମାଳ, ଆରମ୍ଭ ହେଲା ୩ ରଥର ଦକ୍ଷିଣ ମୋଡ ପ୍ରକ୍ରିୟା

Published By : Prameya-News7 Bureau | July 17, 2021 IST

ପୁରୀ ୧୭।୦୭: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ହେବା ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ତିନି ରଥରେ ବିଜେ ହୋଇଛି। ତିନି ରଥ ନିକଟରେ ଆଜ୍ଞାମାଳ ଆସିବା ପରେ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଦର୍ପଦଳନ ରଥର ଦକ୍ଷିଣମୋଡ଼ ପାଇଁ ରଥ ଟଣା ଆରମ୍ଭ ହୋଇଛି।

ସୂଚନା ମୁତାବିକ, ତିନିଜଣ ପୂଜାପଣ୍ଡା ସାମନ୍ତ ବାଡ଼ରୁ ଆଜ୍ଞାମାଳ ଆଣିଲେ ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥରେ ବିଜେ କରଛନ୍ତି। ପ୍ରଥମେ ଦର୍ପଦଳନ ରଥର ଦକ୍ଷିଣମୋଡ଼ ପାଇଁ ରଥ ଟଣା ଆରମ୍ଭ ହୋଇଛି। ଏହାପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯିବ। ପୋଲିସ ଓ ଭୋଇ ସେବାୟତ ମିଶି ରଥକୁ ଦକ୍ଷିଣ ମୋଡ କରିବେ। ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ହେବ ରଥତ୍ରୟ। ଆସନ୍ତା ୨୦ ତାରିଖରେ ବାହୁଡ଼ିବେ ଶ୍ରୀଜିଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.