ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ, ୧୦ଜଣ ଭୋଇ ସେବାୟତ ନିୟୋଜିତ

Published By : Prameya-News7 Bureau | August 05, 2021 IST

ପୁରୀ ୫।୮: ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ । ୧୦ ଜଣ ଭୋଇ ସେବାୟତଙ୍କ ସହାୟତାରେ ରଥ ଭଙ୍ଗା କାମ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ ଓ ତାଳଧ୍ବଜ ରଥ ଭଙ୍ଗାଯିବ । ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିବାରୁ ଖୁବଶୀଘ୍ର ରଥ ଭାଙ୍ଗିବାକୁ ଯୋଜନା କରିଛନ୍ତି ମନ୍ଦିର ପ୍ରଶାସନ ।

{"id":491185,"sizeSlug":"full","linkDestination":"none"}

ସେପଟେ ଆସନ୍ତା ୧୬ତାରିଖ ସୋମବାରଠାରୁ ଭକ୍ତମାନଙ୍କ ପାଇଁ ଖୋଲିବ ବଡ଼ଦେଉଳ । କାଳିଆ ସାଆନ୍ତଙ୍କ ସହ ବଡ଼ଠାକୁର, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରି ଚକ୍ଷୁ ପବିତ୍ର କରିବେ ଶ୍ରଦ୍ଧାଳୁ । ତେବେ ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିଲେ ହେଁ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇବେ । ପ୍ରଥମ ୫ ଦିନ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ ।

{"id":491186,"sizeSlug":"full","linkDestination":"none"}

ଦର୍ଶନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରାଯିବ ।  ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ । କରୋନା ସଂକ୍ରମଣ ଯୋଗୁଁ ଗତ ଅପ୍ରେଲ ୨୩ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.