ମହମ୍ମଦ ଶାମିଙ୍କ ପତ୍ନୀ ହସିନ୍ ଆଣିଲେ ପୁଣି ଥରେ ସ୍ବାମୀଙ୍କ ବିରୋଧରେ ଯୈାନ ଉତ୍ପୀଡ଼ନ ମାମଲା
15/03/2019 at 12:24 PM

ଭାରତୀୟ ଦଳର ଦ୍ରୃତ ବୋଲର ମହମ୍ମଦ ସାମିଙ୍କ ଜୀବନରେ ପୁଣି ଥରେ ସମସ୍ୟା ସୃଷ୍ଟି ହୋଇଛି। ସୂଚନା ଅନୁସାରେ ସାମିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ତାଙ୍କ ବିରୋଧରେ ଆଇପିସିର ଧାରା ୪୯୮(A)ଅନୁସାରେ ଯୈାତୁକ ନିର୍ଯ୍ୟାତନା ଏବଂ ୩୫୪(A)ଅନୁସାରେ ଯୈାନ ଉତ୍ପୀଡ଼ନ ମାମଲା ରୁଜୁ କରାଯାଇଛି।

ସାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ ଜାହାଁ ଗତ ବର୍ଷ ଯୈାତୁକ ନିର୍ଯ୍ୟାତନା,ଶାରିରୀକ ନିର୍ଯ୍ୟାତନା,ମ୍ୟାଚ ଫିକ୍ସିଂ ଭଳି ସଙ୍ଗୀନ ଅଭିଯୋଗ କରିଥିଲେ। ବିସିସିଆଇ ଯାଞ୍ଚ ପରେ ଫିକ୍ସିଙ୍ଗ୍ ଅଭିଯୋଗରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇ ଦେଇଥିଲେ। ଆଜି କୋଲକାତା ପୋଲିସ୍ ତାଙ୍କ ବିରୋଧରେ ଅଲିପୁରରେ ଚାର୍ଜଶିଟ୍ ଦାଖଲ କରିଛନ୍ତି।

ଏହି ମାମଲାରେ ହସିନ ତାଙ୍କ ଦେଢ଼ଶୁରଙ୍କୁ ମଧ୍ୟ ଟାଣିଥିଲେ। ହସିନ ଜାହାଁ କହିଥିଲେ ମୁଁ ଯେତେବେଳେ ଗତ ବର୍ଷ ମୋ ଶାଶୁଘରକୁ ଯାଇଥିଲି ମୋ ଦେଢ଼ଶୁର ମୋ ସହ ଦୁଷ୍କର୍ମ କରିଥିଲେ।

ଏହା ପୂର୍ବରୁ ହସିନ ତାଙ୍କ ସ୍ବାମୀଙ୍କ ବିରୋଧରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବା ଏବଂ ସେମାନଙ୍କୁ ମ୍ୟାସେଜ ପଠାଇବା ଅଭିଯୋଗ କରିଥିଲେ। ହସିନ ତାଙ୍କ ସ୍ବାମୀ ମହିଳାଙ୍କୁ କରିଥିବା ଚ୍ୟାଟର ସ୍କ୍ରିନ୍ ସଟ୍ ମଧ୍ୟ ଫେସବୁକରେ ପୋଷ୍ଟ୍ କରିଥିଲେ। ଏହା ସହିତ ସେ ସେହି ମହିଳାଙ୍କ ଫଟୋଗ୍ରାଫ ଏବଂ ନମ୍ବର ମଧ୍ୟ ଫେସବୁକରେ ପୋଷ୍ଟ୍ କରିଥିଲେ।

ହସିନ ଜାହାଁ ଅଭିଯୋଗ କରିଥିଲେ ଯେ ସାମି ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ଏବଂ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏହାପରେ ଫେସବୁକ୍ ତାଙ୍କ ପୋଷ୍ଟକୁ ଡିଲିଟ୍ କରିଦେଇଥିଲା ଏବଂ ତାଙ୍କ ଆକାଉଣ୍ଟକୁ ବ୍ଲକ୍ କରିଦେଇଥିଲା।
