ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମ୍ଓ ନିଲମ୍ବିତ
13/10/2019 at 12:23 PM

ସୁନ୍ଦରଗଡ ୧୩/୧୦: ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମ୍ ଓ ପଙ୍କଜ ପଟେଲ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯେ।ଗୁଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର ।

ମେ। ସରକାର ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଆଜି ସୁନ୍ଦରଗଡ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ ୫ ଟି ସଚିବ । ହସପିଟାଲରେ ରେ।ଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହା ଭିତରେ ଡାଇଲେସିସ ରେ।ଗୀଙ୍କୁ ହସପିଟାଲରେ ଅଣଦେଖା କରାଯାଉଥିବା ଦେଖିବାକୁ ମିଳିଥିଲା ।

ଡାଇଲେସିସ ରେ।ଗୀଙ୍କ ପାଇ ସୁବିଧା ଥାଇ ବି ସେମାନଙ୍କୁ ବାହାରକୁ ପଠାଯାଉଥିବା ଅଭିଯେ।ଗ ଆସିଥିଲା । ଏଥି ସହ ରେ।ଗୀଙ୍କ ଖାଦ୍ୟର ମାନ ଠିକ୍ ନଥିବା ବି ଅଭିଯେ।ଗ ହେ।ଇଥିଲା । ତେଣୁ ପଛରେ ନୁହେଁ ତୁରନ୍ତ ଆକ୍ସନ ନେଇଛନ୍ତି ସରକାର । ଚିକିତ୍ସାଳୟର ଭାରପ୍ରାପ୍ତ ସିଡିଏମଓ ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଯାଇଛି । ଏଥି ସହ ହସପିଟାଲରେ ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କୁ ତାଗିଦ୍ କରିଛନ୍ତି ୫ଟି ସଚିବ ।