Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ଫୋନ ଚାର୍ଜ କରିବା ପାଇଁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନି: ସୋଲାର ଚିପ ମାଧ୍ୟମରେ ପକେଟରେ ହେଇଯିବ ଚାର୍ଜ

16/12/2018 at 11:48 AM

ଭୁବନେଶ୍ୱର ୧୬/୧୨ : ଏବେ ପିନ୍ଧିଥିବା ଡ୍ରେସରେ ମୋବାଇଲ ଫୋନ ଏବଂ ଟାବଲେଟ ଚାର୍ଜ କରାଯାଇପାରିବ | ନାଟିଘାମ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏଭଳି ଏକ ଚିପି ତିଆରି କରିଛନ୍ତି | ଏହି ସୋଲାର ପେନରକୁ ପକେଟରେ ଲଗାଯିବ | ମୋବାଇଲର ବ୍ୟାଟେରୀ ସରିଯିବା ପରେ ଏହି ଡିଭାଇସକୁ ପକେଟରେ ରଖିଦେଲେ ମୋବାଇଲ ଚାର୍ଜ ହୋଇଯିବ | ଏହି ଡିଭାଇସକୁ ଚରଜିଙ୍ଗ ଡକ ନାଁ ଦିଆଯାଇଛି | ବୈଜ୍ଞାନିକଙ୍କ କହିନୁଯାୟୀ, ଗୋଟିଏ ଫୋନକୁ ଚାର୍ଜ କରିବା ପାଇଁ ୨୦୦୦ଟି ପ୍ୟାନେଲ ଦରକାର ପଡିଥାଏ | ଆକାରରେ ଏହି ପ୍ୟାନେଲ ୩ ମି:ମି ଲମ୍ବା ଏବଂ ୧.୫ ମି:ମି ଚଉଡା |


ବୈଜ୍ଞାନିକଙ୍କ କହିବାନୁଯାୟୀ, ସୋଲାର ପ୍ୟାନେଲର ଏହି ଟେକନିକ ଫଳରେ କାର୍ବନର ଉତ୍ସକୁ କମ କରାଯାଇପାରିବ | ଡ୍ରେସର ପକେଟ ଏକ ପାୱାର ବ୍ୟାଙ୍କ ଭଳି କାମ କରିବ | ଏଠି କୌଣସି ପ୍ରକାର ସକେଟ ଦରକାର ପଡ଼ିବନି | ସୋଲାର ପ୍ୟାନେଲ ଜରିଆରେ ଚାରଜିଙ୍ଗ ବେଳେ ମଣିଷ କୌଣସି ପ୍ରକାର ଭୟ ଅନୁଭବ କରିବନାହିଁ |
ଏହି ଚିପକୁ ରେଜିନରେ ଘୋଡାଯାଇଛି | ଯାହାଫଳରେ ଡ୍ରେସ ସଫା କଲେ ଚିପରେ ପାଣିର କୌଣସି ପ୍ରଭାବ ପଡ଼ିବନାହିଁ | ଡ୍ରେସରେ କୌଣସି ଚିପ ଲାଗିଥିବା ଅନୁଭବ ମଧ୍ୟ ହେବନାହିଁ | ଚିପରେ ଲାଗିଥିବା ୨୦୦୦ ସୋଲାର ସେଲ୍ସ କୌଣସି ବି ସ୍ମାର୍ଟ ଫୋନକୁ ଚାର୍ଜ କରିବ ପାଇଁ ଯଥେଷ୍ଟ | 


ରିସର୍ଚ୍ଚ ଟିମର ମୁଖ୍ୟ ତିଲକ ଡିଆସଙ୍କ ମୁତାବିକ, ଇଲେକ୍ଟ୍ରିକ ପାୱାର ପାଇଁ ଇ-ଟେକ୍ସଟାଇଲ ଆବଶ୍ୟକ ଯାହା ଉପରେ ଆଗରୁ କେବେ କାମ କରଯାଇନାହିଁ | କିନ୍ତୁ ଏହି ଟେକନିକ ଲୋକଙ୍କୁ ହାଇଟେକ ଡ୍ରେସ ପିନ୍ଧିବା ପାଇଁ ପ୍ରେରଣା ଯୋଗାଇବ |


ଉନବିଂଶ ଶତାବ୍ଦୀରେ ପ୍ରଥମେ କ୍ରୋଏସିଆର ବୈଜ୍ଞାନିକ ନିକୋଲା ଟେସ୍ଲାଙ୍କୁ ୱେୟାରଲେସ ଚାରଜିଙ୍ଗ ଆଇଡ଼ିଆ ଆସିଥିଲା | ତାଙ୍କ କନସେପ୍ଟ ଅନୁସାରେ ଇଲେକ୍ଟ୍ରୋ ମ୍ୟାଗନେଟିକ ଫିଲ୍ଡ ର ଉପସ୍ଥିତିରେ ଦୁଇଟି ଜିନିଷ ମଧ୍ୟରେ ପାୱାର ଟ୍ରାନ୍ସଫର କରାଯାଇପାରିବ |


ନିକୋଲାଙ୍କ କନସେପ୍ଟ ଅନୁସାରେ, କୁଣ୍ଡଳିତ ତାରରେ ପାୱାର ଟ୍ରାନ୍ସଫର ହେଲେ ଏଥିରେ ଲାଗିଥିବା ଚୁମ୍ବକର ଚାରିପଟେ ଇଲେକ୍ଟ୍ରୋ ମ୍ୟାଗନେଟିକ ଫିଲ୍ଡ ଉତ୍ପନ୍ନ ହୋଇଥାଏ | ଯାହାଫଳରେ ଆଖେପାଖେ ଥିବା ଜିନିଷ ଚାର୍ଜ ହୋଇଥାଏ |

   Related Posts