ସମ୍ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁଙ୍କ ପାଇଁ ମାଗଣା ଅପରେସନ: ୧୧ଟି ଦେଶର ବିଶିଷ୍ଟ ଶଲ୍ୟ ଚକିତ୍ସକଙ୍କ ସମେତ ୫୦ଜଣ ଡାକ୍ତର ସାମିଲ

Published By : Prameya-News7 Bureau | August 26, 2019 IST

ଭୁବନେଶ୍ବର୨୬|୮: ଅଗଷ୍ଟ ୨୫ରୁ ସମ ହସ୍ପିଟାଲରେ ଆରମ୍ଭ ହୋଇଛି ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କର ମାଗଣା ଅପରେସନ । ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଇଙ୍ଗା ହେଲଥ୍‌ ଫାଉଣ୍ଡେସନ, ଅପରେସନ ସ୍ମାଇଲ ଏବଂ ଆଇଏମଏସ୍‌ ସମ୍‌ ହସ୍ପିଟାଲର ମିଳିତ ଉଦ୍ୟମ କରାଯାଉଛି । ଯେଉଁଥିରେ ୨୦୦ରୁ ଅଧିକ ଗ୍ରହଣ ଖଣ୍ଡିଆ ରୋଗୀଙ୍କର ଅପରେସନ କରାଯିବ । ୧୧ଟି ଦେଶର ବିଶିଷ୍ଟ ଶଲ୍ୟ ଚକିତ୍ସକଙ୍କ ସମେତ ମୋଟ ୫୦ଜଣ ଡାକ୍ତର ଏହି ଅପରେସନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଆଜି ଏନେଇ ଏକ କର୍ମଶାଳାର ଆୟୋଜନ ମଧ୍ୟ ହୋଇଥିଲା । ….

{"id":149259}

ଆଇଏମଏସ୍‌ ସମ ହସ୍ପିଟାଲରେ ଗ୍ରହଣ ଖଣ୍ଡିଆ ଶିଶୁମାନଙ୍କର ମାଗଣା ଅପରେସନ କରାଯାଉଛି । ଅଗଷ୍ଟ ୨୫ରୁ ଆରମ୍ଭ ହୋଇଥିବା ଏହି ଅପରେସନ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବହସ୍ପିଟାଲର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ ସାଇନ୍ସରେ କରାଯାଉଥିବା ଏହି କାର୍ଯ୍ୟକ୍ରମରେଆମେରିକା, ଇଂଲଣ୍ଡ, ଅଷ୍ଟେ୍ରଲିଆ, ସ୍ବିଡେନ୍‌ ଭଳି ୧୧ଟି ଦେଶର ବିଶିଷ୍ଟ ଶଲ୍ୟ ଚିକିତ୍ସକଙ୍କ ସମେତ ମୋଟ ୫୦ଜଣ ଡାକ୍ତର ସାମିଲ ହୋଇଛନ୍ତି । ଯେଉଁଥିରେ ୨୦୦ରୁ ଅଧିକ ଗ୍ରହଣ ଖଣିଆ ରୋଗୀଙ୍କର ଅପରେସନ କରାଯିବ । ଇଙ୍ଗା ହେଲଥ୍‌ ଫାଉଣ୍ଡେସନ, ଅପରେସନ ସ୍ମାଇଲ ଏବଂ ଆଇଏମଏସ୍‌ ସମ୍‌ ହସ୍ପିଟାଲର ମିଳିତ ଉଦ୍ୟମରେ ଗ୍ରହଣ ଖଣ୍ଡିଆ ରୋଗୀମାନଙ୍କର ସମ୍ପୂର୍ଣ୍ଣ ମାଗଣାରେ ଏହି ଅପରେସନ କରାଯାଉଛି ।

{"id":149260}

ମୁଖ୍ୟତଃ ଗର୍ଭଧାରଣ ସମୟରେ ମାଆମାନଙ୍କ କ୍ଷେତ୍ରରେ ନ୍ୟୁଟ୍ରିସନ ଅଭାବ, ରକ୍ତ ସମ୍ପର୍କୀୟଙ୍କ ସହ ବିବାହ କିମ୍ବା ବଂଶାନୁକ୍ରମ ଜନିତ କାରଣରୁ ଗ୍ରହଣ ଖଣ୍ଡିଆ ଶିଶୁ ଜନ୍ମ ହେବାର ଦେଖାଯାଏ । ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରଗ୍ରହଣ ସହ ଏହାର କୌଣସି ସମ୍ପର୍କ ନାହିଁ । ତେବେ ଚକିତ୍ସା ଦ୍ବାରା ଗ୍ରହଣ ଖଣ୍ଡିଆ ଶିଶୁଙ୍କୁ ସମ୍ପୂର୍ଣ୍ଣ ଭଲ କରାଯାଇପାରିବ । ସୋମବାର ଏ ନେଇ  ଆୟୋଜିତ କର୍ମଶାଳାରେ ଉପସ୍ଥିତ ବିଶେଷଜ୍ଞମାନେ ଗ୍ରହଣ ଖଣ୍ଡିଆ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

{"id":149261}

 ଆଇଏମସ୍‌ ସମ୍‌ ହସ୍ପିଟାଲ ପକ୍ଷରୁ ବିଭିନ୍ନ ସମୟରେ ଏଭଳି କ୍ୟାମ୍ପଗୁଡ଼ିକର ଆୟୋଜନ କରାଯାଇ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.