Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସହଜ ହେବ ଚାରିଧାମ ଯାତ୍ରା : ରେଲୱେ ସହ ଯୋଡିହେବ ଗଙ୍ଗୋତ୍ରୀ, ଯମୁନେତ୍ରୀ, ବଦ୍ରୀନାଥ ଓ କେଦାରନାଥ

23/08/2020 at 4:59 PM

ନୂଆଦିଲ୍ଲୀ ୨୩/୦୮ : ଭାରତୀୟ ରେଲୱେ କୋଟି କୋଟି ଭାରତୀୟଙ୍କ ଚାରିଧାମ ଯାତ୍ରାକୁ ଆହୁରି ସହଜ ଓ ସରଳ କରିବାକୁ ଯୋଜନା କରିଛି | ଉତ୍ତରାଖଣ୍ଡର ପବିତ୍ର ପରିବେଶରେ ସ୍ଥିତ ଗଙ୍ଗୋତ୍ରୀ, ଯମୁନେତ୍ରୀ, ବଦ୍ରୀନାଥ ଓ କେଦାରନାଥ ଦର୍ଶନ ପାଇଁ ଶ୍ରଦ୍ଧାଳୁ ରେଳ ମାର୍ଗ ଦେଇ ପହଞ୍ଚି ପାରିବେ | ଏହି ରେଳ ଲାଇନ ଡେରାଡୁନ, ପୋୖଡି, ଗଢୱାଲ, ଚମୋୖଲି, ରୁଦ୍ରପ୍ରୟାଗ ଓ ଉତ୍ତରକାସି ଦେଇ ପହଞ୍ଚିବ |

ହିନ୍ଦୁ ଧର୍ମରେ ଚାରି ଧାମ ଯାତ୍ରାର ବିଶେଜ୍ଞ ମହତ୍ୱ ରହିଛି | ଏହି ପବିତ୍ର ଧର୍ମ ସ୍ଥଳୀକୁ କିଭଳି ଶ୍ରାଦ୍ଧାଲି ସହଜରେ ପହଞ୍ଚି ପାରିବେ ସେଥିପାଇଁ ମୋଦି ସରକାର ଚାରି ଧାମ ପ୍ରକଳ୍ପ ଉପରେ କାମ କରୁଛନ୍ତି | ଏହି ପ୍ରକଳ୍ପ ଅନୁସାରେ ଚାରି ଧାମକୁ ରେଳ ମାର୍ଗ ଦ୍ୱାରା ଯୋଡିବା କାମ କରାଯିବ | ଭାରତୀୟ ରେଲୱେ ଚାରି ଧାମକୁ ରେଳ ମାର୍ଗରେ ଯୋଡିବା ପାଇଁ ଏହି ଦୁର୍ଗମ ଅଞ୍ଚଳରେ ଚାରିଟି ରେଳ ଲାଇନ ନିର୍ମାଣ କରିବ ଯାହାର ମୋଟ ଲମ୍ବ ୩୨୭ କିମି ହେବ |

ରେଳ ଲାଇନ ଗଂଗାତର ଓ ଯମୁନେତ୍ରୀକୁ ସଂଯୋଗ କରିବ | ବଦ୍ରୀନାଥ ଓ କେଦାରନାଥ ମଧ୍ୟ ଖୁବ ଶୀଘ୍ର ରେଲୱେ ନେଟୱାର୍କ ସହ ସଂଯୋଜିତ ହେବ | ଏହି ପ୍ରକଳ୍ପରେ ପାଖାପାଖି ୪୩ କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ କରାଯାଇଛି | ଏହି ପ୍ରକଳ୍ପରେ ୨୧ ଷ୍ଟେସନ, ୬୧ ସୁଡ଼ଙ୍ଗ, ୫୯ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି | ରେଳ ଲାଇନର ୨୭୯ କିମି ଅଂଶ ସୁଡ଼ଙ୍ଗ ହେବ |  

ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ ଓ ସୁରକ୍ଷିତ ମାଧ୍ୟମରେ ଚାରି ଧାମ ଯାତ୍ରା କରାଇବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ | ଯେପରିକି ଅଧିକରୁ ଅଧିକ ଶ୍ରଦ୍ଧାଳୁ ଏହି ପବିତ୍ର ଯାତ୍ରାର ଆନନ୍ଦ ନେଇ ଭଗବାନଙ୍କ ଭକ୍ତି ରସରେ ବୁଡ଼ିବେ | 

   Related Posts