Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଚାରଧାମ ଯାତ୍ରା ବନ୍ଦ, ଏବେ ଲାଇଭ ଷ୍ଟ୍ରିମିଂ ଉପରେ ରୋକ ଲଗାଇଲେ ଉତ୍ତରାଖଣ୍ଡ ସରକାର, କାରଣ କହିଲେ ମୁଖ୍ୟମନ୍ତ୍ରୀ

17/07/2021 at 10:44 PM

ଡେରାଡୁନ୍‌ ୧୭/୭: କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆଶଙ୍କା ମଧ୍ୟରେ ଉତ୍ତରାଖଣ୍ଡ ସରକାର କାଉଡିଆ ଯାତ୍ରା ସହିତ ଚାରଧାମ୍‌ ଯାତ୍ରା ପାଇଁ ଏଥର ଅନୁମତି ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ଚାରଧାମ ମନ୍ଦିରର ଗର୍ଭଗୃହରୁ ପୂଜାର ଲାଇଭ୍‌ ଷ୍ଟ୍ରିମିଂ ଉପରେ ମଧ୍ୟ ସରକାର ରୋକ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏଥିପାଇଁ ବେଦର କାରଣ ଦର୍ଶାଇ ଖୁବଶୀଘ୍ର ଏହାକୁ ନେଇ ସତ୍ୟପାଠ ଦାଖଲ କରିବେ ବୋଲି କହିଛନ୍ତି।

ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପ​‌ରେ ଏଥର ଚାରଧାମ ଯାତ୍ରାର ଲାଇଭ ଷ୍ଟ୍ରିମିଂ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। କାରଣ ବେଦରେ ଏ ସମ୍ପର୍କରେ ବର୍ଣ୍ଣନା ହୋଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଧାମି। ତେଣୁ ସରକାରଙ୍କ ପକ୍ଷରୁ ଏନେଇ ଏକ ସତ୍ୟପାଠ ହାଇକୋର୍ଟରେ ଦିଆଯିବ।

ଏହା ପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟ  ସରକାରଙ୍କୁ ଏନେଇ ତାଗିଦ କରିଥିଲେ। ଜୁଲାଇ ପହିଲାରୁ ଚାରଧାମ୍‌ ଯାତ୍ରା ଆରମ୍ଭ ହେବାକୁ ନେଇ କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ ଲଗାଇଥିଲେ ହାଇକୋର୍ଟ। ଏହା ସହ​ ଚାରଧାମ୍‌ ଶ୍ରୀ ବଦ୍ରିନାଥ, ଶ୍ରୀ କେଦାରନାଥ, ଗଂଗୋତ୍ରୀ ଏବଂ ୟମୁନୋତ୍ରୀ ମନ୍ଦିରର ଗର୍ଭଗୃହ ପୂଜାର ଲାଇଭ ଷ୍ଟ୍ରିମିଂ ପାଇଁ ସରକାରଙ୍କୁ କହିଥିଲେ କୋର୍ଟ । କିନ୍ତୁ ଏମିତି ନକରିବାକୁ ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି ।  

   Related Posts