Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଚାରିଧାମ ଯାତ୍ରା ସ୍ଥଗିତ କଲେ ଉତ୍ତରାଖଣ୍ଡ ସରକାର, ଜୁନ ୧୬ ପରେ ନିଆଯାଇପାରେ ନିଷ୍ପତ୍ତି

15/06/2021 at 12:54 PM

ଡେରାଡୁନ୍ ୧୫/୬ : ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ଚାର ଧାମ ଯାତ୍ରାକୁ ଉତ୍ତରାଖଣ୍ଡ ସରକାର ସ୍ଥଗିତ ରଖିଛନ୍ତି । ମନ୍ତ୍ରୀ ସୁବୋଧ ୟୁନିୟାଲ କହିଛନ୍ତି ଯେ ଚାର୍ ଧାମ ଯାତ୍ରା ସମ୍ପର୍କରେ ନୈନିତାଲ ହାଇକୋର୍ଟରେ ଶୁଣାଣି ଚାଲିଛି । ଜୁନ୍ ୧୬ ପରେ ରାଜ୍ୟ ସରକାର ଏହି ଯାତ୍ରା ଖୋଲିବାକୁ ପୁନର୍ବିଚାର କରିବେ । ପୂର୍ବରୁ ଉତ୍ତରାଖଣ୍ଡ ସରକାର ସେହି ଜିଲ୍ଲାବାସୀଙ୍କୁ ଯେଉଁମାନେ ଚାରଧାମ ଯାତ୍ରା କରିବେ ସେମାନଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଥିଲେ.

ଅର୍ଥାତ ନେଗେଟିଭ ରିପୋର୍ଟ ସହିତ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦେଇଥିଲେ । ସରକାରୀ ଆଦେଶରେ କୁହାଯାଇଛି ଯେ ବର୍ତ୍ତମାନ ଆରଟିପିସିଆର ନେଗେଟିଭ ରିପୋର୍ଟ ସହିତ ଚାମୋଲି ଜିଲ୍ଲାର ଲୋକେ ବଦ୍ରୀନାଥ, ରୁଦ୍ରପ୍ରୟାଗ ଜିଲ୍ଲାର ଲୋକେ କେଦାରନାଥ ଏବଂ ଉତ୍ତରକାଶୀ ଜିଲ୍ଲାର ଲୋକେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରି ଦର୍ଶନ କରିପାରିବେ । ତେବେ କୋଭିଡ -19 ର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ୍ ୨୨ ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆଜି ଅର୍ଥାତ୍ ମଙ୍ଗଳବାର (ଜୁନ୍ ୧୫)ରେ କର୍ଫ୍ୟୁ ଅବଧି ସକାଳ ୬ଟାରେ ଶେଷ ହେଉଥିଲା । ବର୍ତ୍ତମାନ ବିବାହ ଏବଂ ଅନ୍ତିମ ସଂସ୍କାରରେ ଯୋଗଦେଉଥିବା ଲୋକଙ୍କ ସଂଖ୍ୟାକୁ ୨୦ ରୁ ୫୦କୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ତେବେ ବିବାହ ଉତ୍ସବରେ ଯୋଗଦେଉଥିବା ବ୍ୟକ୍ତିଙ୍କ ପାଇଁ ଆରଟିପିସିଆର କୋଭିଡ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ ଅଟେ ।

   Related Posts