ଗାନ୍ଧୀ ଆସିଥିବା ଓଡିଶାର ଏଇ ଐତିହାସିକ ଗାଁ ଏବେ ନଈ ଆଁରେ ଲୀନ ହେବାକୁ ବସିଲାଣି, କାହାରି ନିଘା ନାହିଁ...

Published By : Prameya-News7 Bureau | September 04, 2019 IST

ବାସୁଦେବପୁର (ଗୌତମ ଦେ)୪|୯: ଇଂରେଜ ଶାସନ ସମୟରେ ବାସୁଦେବପୁର ଚାରବାଟିଆ ଗାଁକୁ ଆସିଥିଲେ ମହାତ୍ମା ଗାନ୍ଧୀ । ୩ଦିନ ରାତ୍ରିଯାପନ କରି ଲେ।କମାନଙ୍କୁ କୁଟି ଖାଅ କାଟି ପିନ୍ଧାଅ କହିବା ସହ ଦେଶ ଗଠନ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ । କିନ୍ତୁ ପ୍ରଶାସନିକ ଅବହେଳା ଯେ।ଗୁଁ ଆଜି ସେହି ଗାଁ ନଦୀ ଗର୍ଭରେ ମିଶିବାକୁ ବସିଛି । ଦେଖନ୍ତୁ ଏହି ରିପେ।ର୍ଟ

{"id":153166}

ଦୁଃଖ ବଢାଉଛି ମନ୍ତେଇେ ନଦୀ । ଧିରେ ଧିରେ ନଦୀ କୂଳ ଖାଉଥିବାରୁ ବିପଦ ମୁହଁକୁ ଠେଲି ହେ।ଇଯାଉଛନ୍ତି ୭୦ରୁ ଅଧିକ ପରିବାର । ବାସୁଦେବପୁର ବ୍ଲକର ଚାରିବାଟିଆ ଗଁ। ନିକଟରେ ପ୍ରବାହିତ ହେଉଛି ଜୁଆରିଆ ମନ୍ତେଇ ନଦୀ ।

{"id":153167}

 ନଦୀ ଆଁରେ ବାସୁଦେବପୁର ବ୍ଲକର ଚାରିବାଟିଆ ସମେତ ତିହିଡି ବ୍ଲକର ବାହାବଳପୁର, ଶଙ୍କରପୁର, ବଡକାଳିଦାସପୁର, ମାଟିଆ ସାହି, ଦୋହରା ସାହି ଭଳି ବହୁ ଗଁ। ରହିଛି । ଲୋକମାନେ ପ୍ରତିଦିନ ଭୟରେ ଦିନ କାଟୁଛନ୍ତି । ପ୍ରତି ଦିନ ଜୁଆର ମାଡରେ ଚାରିବାଟିଆ ଗଁ।ରେ କୂଳ ଲଂଘି ଅତଡା ଖସିଚାଲିଛି । ଗାର୍ଡ ୱାଲ ଓ ପଥର ପ୍ୟାକିଂ ପାଇଁ ଦାବି କରୁଥିବା ବେଳେ ପ୍ରଶାସନିକ ସ୍ତରରେ ଏନେଇ ଉଦ୍ୟମ କରାଯାଉନଥିବା ଅଭିଯେ।ଗ ହେ।ଇଛି ।

{"id":153168}

   

ଗତ ଦୁଇ ବର୍ଷ ତଳେ ଏହି ଜୁଆର ମାଡରେ ନଦୀ ଗର୍ଭରେ ଲୀନ ହେ।ଇଥିଲା ପାଞ୍ଚଟି ଘର । ସେତବେଳେ ଇରିଗେସନ ବିଭାଗ ପକ୍ଷରୁ ପାଖାପାଖି ୪୦ମିଟର ପଥର ପ୍ୟାକିଂ କରାଯାଇଥିଲା । ଯାହା ଏବେ ନଦୀରେ ମିଶିବାକୁ ବସିଲାଣି । ତେଣୁ ତୁରନ୍ତ ଏହିଗଁ।କୁ ସୁରକ୍ଷା ଲାଗି ସାଇଡ ୱାଲ ସହିତ ପଥର ପ୍ୟାକିଂ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

{"id":153169}

ଅନ୍ୟପଟରେ ଏ ସଂପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ୬ କୋଟି ଟଙ୍କାର ପ୍ରୋପୋଜାଲ ଦିଆଯାଇଥିବା କହିଛନ୍ତି ।

ବର୍ଷ। ଓ ଜୁଆର ଆସିଲେ ଚାରିବାଟିଆ ଗଁ। ଲୋକଙ୍କର ନିଦ ହଜିଯାଏ । ଭିଟାମାଟି ହରାଇବା ଆଶଙ୍କାର କାଳ କାଟିଥାନ୍ତି ଗ୍ରାମବାସୀ । ସରକାରଙ୍କ ପକ୍ଷରୁ ତୁରନ୍ତ ଏହି ଗଁ।କୁ ସୁରକ୍ଷା ଲାଗି କିଛି ପଦକ୍ଷେପ ନିଆନଗଲେ ନଦୀ ଗର୍ଭରେ କେତବେଳେ ଯେ ଲୀନ ହେଇଯିବ ଏହି ଗଁ। ତାହା କିଏ କହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.