ଚୌଦ୍ୱାର ସେଣ୍ଟ୍ରାଲ ଜେଲରେ ଟଙ୍କା ଦେଲେ ମିଳୁଛି ଗଂଜେଇ, ନିଶା ବଟିକା; କ୍ୟାମେରାରେ ମୁହଁ ଖୋଲିଲେ ଜେଲ ଅନ୍ତେବାସୀ

Published By : Prameya-News7 Bureau | November 30, 2018 IST

ଚୌଦ୍ୱାର ୩୦/୧୧ : ଜେଲ ଭିତରେ ଚାଲିଛି ସାଙ୍ଘାତିକ କାରବାର | ଜେଲ ଭିତରକୁ ଆସୁଛି ମୋବାଇଲ ଫୋନ, ଗଂଜେଇ, ଚରସ ଏବଂ ନିଶା ବଟିକା | ଟଙ୍କା ନେଇ ଏସବୁ ଯୋଗେଇ ଦେଉଛନ୍ତି ଜେଲ କର୍ମଚାରୀ | ଜେଲରଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ | ଏନେଇ ଜେଲ ଅନ୍ଵେବାସୀ ଅଭିଯୋଗ କରିଛନ୍ତି | ନ୍ୟୁଜ ୭ ହାତରେ ପଡିଛି ଏହାର ପ୍ରମାଣ | ରାଜ୍ୟର ବିଭିନ୍ନ ଜେଲରେ କଏଦୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଛି | ଏହାଛଡା ଜେଲ ପାଲଟିଛି ସମସ୍ତ ପ୍ରକାର ଦୋ ନମ୍ବରୀ କାରବାରର ପେଣ୍ଠ ସ୍ଥଳୀ | ଚୌଦ୍ୱାର ସର୍କଲ ଜେଲ ଭିତରେ ଚାଲିଥିବା ବେଆଇନ କାରବାର ନେଇ ଶତ ପ୍ରତିଶତ ପ୍ରମାଣ ନ୍ୟୁଜ ୭ର ହସ୍ତଗତ ହୋଇଛି | ଜେଲ ଭିତରକୁ ଆସୁଛି ଗଞ୍ଜେ, ଚରସ, ବିଡି, ସିଗାରେଟ | ମୋବାଇଲ ଫୋନର ଅବାଧ କାରବାର ଚାଲିଛି ଜେଲ ଭିତରେ | ମୋବାଇଲ ଫୋନ ଏବଂ ଚାର୍ଜର ପାଇଁ ନେଉଛନ୍ତି ୫ ହଜାର ଟଙ୍କା | ନିଶା ବଟିକା ପାଇଁ ନେଉଛନ୍ତି ୬୦୦ ଟଙ୍କା | ହାତ ଗୁଂଜା ଦେଲେ ଏସବୁ ଜିନ୍ସ ମିଳୁଛି ଜେଲ ଭିତରେ | ତେବେ ଚିନ୍ତାର ବିଷୟ ହେଉଛି ଏନେନି ଆପତ୍ତି କିମ୍ବା ଅଭିଯୋଗ କଲେ କଏଦୀଙ୍କୁ ମାଡ ମରାଯାଉଛି | ଏହାଛଡା ଅଭିଯୋଗ କଲେ ଇଞ୍ଜେକ୍ସନ ଦେଇ ପାଗଳ କରିଦେବାର ଧାନକ ମଧ୍ୟ ଦିଆଯାଉଛି | ଏହିସବୁ କଥା ନିଜେ ଜଣେ ଅନ୍ତେବାସୀ କ୍ୟାମେରାରେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.