CM ହେଉ ହେଉ ପ୍ରଥମ ଦିନରେ ଚନ୍ନୀଙ୍କ ମାଷ୍ଟର ଷ୍ଟ୍ରୋକ୍, କୃଷକଙ୍କୁ ବିଜୁଳି ଓ ପାଣି ବିଲ୍ ମାଗଣା

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯: ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ଆକ୍ସନ ମୁଡରେ ଚରଣଜିତ ସିଂ ଚନ୍ନୀ । ତାଙ୍କ କହିବା ମୁତାବକ ବର୍ତ୍ତମାନ ତାଙ୍କର ପ୍ରଥମ ଫୋକସ 'ପଞ୍ଜାବର ପ୍ରତିଟି ଜନସାଧାରଣ । ସେ କହିଛନ୍ତି ତାଙ୍କ ସରକାର ଚାଷୀଙ୍କ ସହ ଅଛନ୍ତି । ମୋତେ କିଛି ସମୟ ଦରକାର, ତୁମର ସମସ୍ତ ଦାବି ପୂରଣ ହେବ । ମୋତେ ବିଶ୍ୱାସ କର ପ୍ରତ୍ୟେକ ଅଭିଯୋଗର ସମାଧାନ ହେବ ।

wp:html /wp:html

ଏହା ଏକ ସାଧାରଣ ଲୋକର ସରକାର । କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବରେ ବହୁତ ଭଲ କାମ କରିଥିଲେ । ତେବେ ଏହାରି ଭିତରେ ସେ ଏକ ବଡ ଘୋଷଣା କରିଛନ୍ତି ଚନ୍ନୀ । ସେ କହିଛନ୍ତି, 'ଚାଷୀଙ୍କ ପାଇଁ ଏଣିକି ବିଦ୍ୟୁତ୍ ବିଲ୍ ମାଗଣା ହେବ । କୃଷକଙ୍କ ବଡ ବିଦ୍ୟୁତ୍ ବିଲ୍ ଆମ ସରକାର ଛାଡ କରିବେ । ଯଦି କାହାର ବିଦ୍ୟୁତ୍ କାଟ ହୁଏ, ତେବେ ଆମେ ତାଙ୍କ ଘରକୁ ବିଦ୍ୟୁତ୍ ପୁନଃ ସ୍ଥାପନ କରିବୁ । ଏହା ହେଉଛି ପଞ୍ଜାବର ସାଧାରଣ ଲୋକଙ୍କ ସରକାର ।

ମୁଁ ନିଶ୍ଚିତ କରୁଛି ଯେ କାହା ସହିତ କିଛି ଭୁଲ୍ ହେବ ନାହିଁ । ଆଇନ ସମସ୍ତଙ୍କ ପାଇଁ ସମାନ ହେବ । ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି ଯେ ଏହା ହେଉଛି କୃଷକଙ୍କ ସରକାର । ଯଦି ଚାଷୀଙ୍କ ସ୍ୱାର୍ଥରେ କିଛି ବି ଆଞ୍ଚ ଆସେ ତେବେ ମୁଁ ମୋର ଗଳା କାଟିବି । ଯଦି କୃଷକ ବୁଡ଼ିଯାଏ ତେବେ ଦେଶ ବୁଡ଼ିଯିବ, ଅର୍ଥନୀତି ବି ବୁଡ଼ିଯିବ । କୃଷକ ଖୁସି ହେଲେ ହିଁ ପଞ୍ଜାବ ଖୁସି ହେବ । ପଞ୍ଜାବର ଚାଷୀଙ୍କୁ ଦୁର୍ବଳ ହେବାକୁ ଦିଆଯିବ ନାହିଁ । କୃଷି ନିୟମ ପ୍ରତ୍ୟାହାର କରାଯିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.