ପଞ୍ଜାବ ଛକାପଞ୍ଝା ମଧ୍ୟରେ ସିଏମ୍ ଚନ୍ନିଙ୍କ ପାୱାର୍ ପ୍ଲେ, ୫୩ ଲକ୍ଷ ପରିବାରର ବିଦ୍ୟୁତ୍ ବିଲ୍ ଛାଡ

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯/୦୯: ପଞ୍ଜାବରେ ସରକାର ଗଠନର ସପ୍ତାହ ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି । ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି ଚନ୍ନି । ଚନ୍ନି ସରକାର କହିଛନ୍ତି ଯେ ରାଜ୍ୟରେ 2 କିଲୋୱାଟ ପର୍ଯ୍ୟନ୍ତ ବକେୟା ବିଲ୍ ଛାଡ କରାଯିବ ।

ପଞ୍ଜାବ ସରକାରଙ୍କ ଏହି ବଡ ନିଷ୍ପତ୍ତି ପରେ ରାଜ୍ୟର ୫୩ ଲକ୍ଷ ପରିବାରଙ୍କୁ ଫାଇଦା ମିଳିବ । ଏହା ବ୍ୟତୀତ ସିଦ୍ଧୁଙ୍କ ପ୍ରସଙ୍ଗରେ ସିଏମ୍ ଚନ୍ନି କହିଛନ୍ତି ଯେ ଖୁବ ଶୀଘ୍ର ଏହାର ସମାଧାନ ହେବ । ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ । ଏହି ନିଷ୍ପତ୍ତି ଘୋଷଣା ହେବା ମାତ୍ରେ ହିଁ କାର୍ଯ୍ୟକାରୀ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ତେବେ, ଥରେ ବିଦ୍ୟୁତ୍ ବିଲ୍ ଛାଡ ହୋଇଗଲେ ସମସ୍ତ ଗ୍ରାହକଙ୍କୁ ନିୟମିତ ଭାବରେ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ । ସିଏମ୍ ଚନ୍ନି ଏହା ମଧ୍ୟ କହିଛନ୍ତି ଯେ ବାଲୁକା ମାଫିଆକୁ ହଟାଇବା ପାଇଁ ପଞ୍ଜାବ ସରକାର ଦିନରାତି କାର୍ଯ୍ୟ କରୁଛନ୍ତି ଏବଂ ଶୀଘ୍ର ଏହା ସମ୍ଭବ ହେବ । ପଞ୍ଜାବରେ ସିଦ୍ଧୁଙ୍କ ଇସ୍ତଫା ନେଇ ଚାନ୍ନି କହିଛନ୍ତି ଯେ ଯିଏ ଦଳର ସଭାପତି, ସେ ହେଉଛନ୍ତି ମୁଖ୍ୟ, ମୁଁ ତାଙ୍କ ସହ କଥା ହୋଇଛି ।

ଗତକାଲି ଅନେକ ମନ୍ତ୍ରୀ ତାଙ୍କୁ ଭେଟିବାକୁ ଯାଇଥିଲେ । ଆଜି କିମ୍ବା ଆସନ୍ତାକାଲି ସେମାନେ ବସି କଥାବାର୍ତ୍ତା କରିବେ ଏବଂ କିଛି ସମାଧାନ ବାହାର କରାଯିବ । ଏହି ଉପାୟରେ ଇସ୍ତଫା ଦେବା କାରଣରୁ କ୍ଷୟକ୍ଷତିର ପ୍ରଶ୍ନ ଉପରେ ଚନ୍ନି କହିଛନ୍ତି ଯେ ଏହିପରି କିଛି ଘଟିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.