Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜୀତ ସିଂ, ପଞ୍ଜାବକୁ ମିଳିଲା ପ୍ରଥମ ଦଳିତ ସିଏମ୍

20/09/2021 at 11:33 AM

ଚଣ୍ଡିଗଡ, ୨୦/୦୯:  ପଞ୍ଜାବକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ ।ଏବେ ଚାଲିବ ନୂଆ ସିଏମଙ୍କ ରାଜୁତି । ନୁଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚରଣଜୀତ ସିଂହ ଚନ୍ନି । କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ରବିବାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା । ଚରଣଜୀତ ସିଂହ ଚନ୍ନୀ ଦିନ ୧୧ଟା ୧୫ରେ ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି ।

ଚରଣଜୀତଙ୍କ ସହ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ସମସ୍ତଙ୍କୁ ଶପଥପାଠ କରାଇଥିଲେ ।ଶପଥଗ୍ରହଣ ପୂର୍ବରୁ ଚରଣଜୀତ ଏକ ଗୁରୁଦ୍ୱାରରେ ପୂଜାର୍ଚ୍ଚନା କରିଥିଲେ ।

ପୂର୍ବରୁ ଚରଣଜୀତ ଅମରିନ୍ଦର ସିଂହଙ୍କ ସରକାରରେ ସେ ପ୍ରଯୁକ୍ତିବଦ୍ୟା ଶିକ୍ଷା ଓ ଶିଳ୍ପ ତାଲିମ ମନ୍ତ୍ରୀ ଥିଲେ । ରବିବାର କଂଗ୍ରେସର ପଂଜାବ ପ୍ରଭାରୀ ହରୀଶ ରାୱତ ସ୍ପଷ୍ଟ କରିଥିଲେ ଯେ, ପଂଜାବରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ସାଧାରଣ ଲୋକଙ୍କ ଅନୁସାରେ ରାଜ୍ୟରେ ୨ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦରକାର ବୋଲି ସେ କହିଥିଲେ  ।

   Related Posts